Friday, March 29, 2024

Top 5 This Week

Related Posts

ବାଇକ ସହ ଟ୍ରାକ୍ଟରକୁ ଧକ୍କା ଦେଇ ଯୁବକର ମୃତ୍ୟୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବିନିସପୁର ଗାଁ’ର ଯୁବକ ସଞ୍ଜୟରାଓ ତାଡିକା (୩୦) ବାଇକ ସହ ଟ୍ରାକ୍ଟରକୁ ଧକ୍କା ଦେଇ ଗୁରୁତର ହୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି ।

ଆଜି ସନ୍ଧ୍ୟାରେ ନିଜ ଗାଁ’ରୁ କଲ୍ୟାଣସିଂହପୁର ବଜାରକୁ ଏକ ବାଇକରେ ଆସୁଥିବା ବେଳେ ମଦବାର ସମ୍ମୁଖରେ ଠିଆ ହୋଇଥିବା ବାଇକ ସହ ଟ୍ରାକ୍ଟରକୁ ଧକ୍କା ଦେଇ ରାଜରାସ୍ତାରେ ପଡିଥିଲା । ଉକ୍ତ ଗ୍ରାମର କିଛି ଲୋକ ସେହି ସମୟରେ ବିନିସପୁର ଯାଉଥିବା ବେଳେ ଯୁବକ ପଡିଥିବା ଦେଖିଥିଲେ । ଏହାକୁ ଦେଖି ସ୍ଥାନୀୟ ଥାନା ଓ ରୋଗିବୁହା ଗାଡିକୁ ଯୋଗାଯୋଗ କରିଥିଲେ ।

ଘଟଣା ସ୍ଥଳରେ ରୋଗୀବୁହା ଗାଡି ପହଞ୍ଚି ଗୁରୁତର ସଞ୍ଜୟରାଓ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ନିର୍ମଳ ଗିରି ପ୍ରାଥମିକ ଚିକିତ୍ସା କରିବା ସମୟରେ ଗୁରୁତର ରହିଥିବା ସଞ୍ଜୟ ଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ଏସ ଆଇ ଶିବ ପ୍ରସାଦ ସାହୁ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ସୂଚନା ମିଳିଛି ।

Popular Articles