Advertisements
Thursday, July 2, 2020
Home Death Case ରାୟଗଡା ୪ର୍ଥ ବାଟାଲିୟନ ସିଆରପିଏଫ ପୋଲିସ ତରଫରୁ ୬୦ତମ ସ୍ମୃତି ରକ୍ଷା ଦିବସ ପାଳିତ

ରାୟଗଡା ୪ର୍ଥ ବାଟାଲିୟନ ସିଆରପିଏଫ ପୋଲିସ ତରଫରୁ ୬୦ତମ ସ୍ମୃତି ରକ୍ଷା ଦିବସ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୧/୧୦): ରାୟଗଡା ଠାରେ ଥିବା ଚତୁର୍ଥ ବାଟାଲିୟନ ପୋଲିସ ଫୋର୍ସଙ୍କ ଦ୍ୱାରା ୬୦ତମ ସ୍ମୃତି ରକ୍ଷା ଦିବସ ଆଜି ପାଳିତ ହୋଇଯାଇଛି | ୪ର୍ଥ ବାଟାଲିୟନ ଫୋର୍ସର ସହିଦ ଯବାନ ମାନଙ୍କୁ ସସମ୍ମାନେ ଫୁଲତୋଡ଼ା ଅର୍ପଣ କରାଯାଇଥିଲା |

ଯେଉଁ ପୋଲିସ ଯବାନ ନିଜ ଦେଶ ମାତୃକାଙ୍କ ରକ୍ଷାପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇ ନିରବ ନିଦ୍ରାରେ ଶୋଇଯାଇଛନ୍ତି । ସେହି ମାନଙ୍କ ବଳିଦାନକୁ ସ୍ମୃତିଚାରଣ କରିବା ପାଇଁ ସେମାନଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ଅକ୍ଟବର ମାସ ୨୧ତାରିଖକୁ ଅମର ସହିଦ ଯବାନଙ୍କ ସ୍ମୃତି ରକ୍ଷା ଦିବସ ରୂପେ ପାଳନ କରାଯାଇଥାଏ | ରାୟଗଡାରେ ପାଳିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମରେ ୪ର୍ଥ ବାଟାଲିୟନର କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ୱାଇ. କେ ରାଜପୁତ, ଦ୍ଵିତୀୟ କୋମାଣ୍ଡେଣ୍ଟ ଶ୍ରୀମତୀ ମିଟୁ ରାୟ, କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦେ, ଆସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ଜିସି ସ୍ୱାଇଁ ଏବଂ ଅନ୍ୟାନ୍ୟ ପୋଲିସ ଅଫିସର ମାନେ ଉପସ୍ଥିତ ରହି ସହିଦଙ୍କ ସ୍ମୃତିଚାରଣ କରି ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ କୃତଜ୍ଞତା ଜ୍ଞାପନ କରିଥିଲେ | ୧୯୫୯ ରେ ଭାରତ- ଚୀନ ସୀମାନ୍ତ ଲଦାଖରେ ଚୀନ ସୈନ୍ୟଙ୍କ ଗୁଳିରେ ପ୍ରାଣ ହରାଇଥିବା ସେହି ଦଶ ଜଣ ନିର୍ଦୋଷ ସହିଦଙ୍କ ବଳିଦାନର ସ୍ମୃତି ରକ୍ଷା କରି ଏହି ଦିବସଟିକୁ ପାଳନ କରିବାପାଇଁ ନିଷ୍ପତି ନିଆଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: