ଭିନ୍ନକ୍ଷମ ମାନଙ୍କର ରେଳଯାତ୍ରା ରିହାତି ପ୍ରମାଣପତ୍ର ଆବଣ୍ଟନ

0
153
ଭିନ୍ନକ୍ଷମ ମାନଙ୍କର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୧୧) : ଜାତୀୟ ଦୃଷ୍ଟିବାଧିତ ସଂଘ ଓଡ଼ିଶା ଶାଖାର ଅବୈତନିକ ସମବେଶି ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ନେତୃତ୍ତ୍ୱରେ ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ର ସଭାପତି ଶିଶିର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ ତଥା ସଦସ୍ୟ ବୃନ୍ଦ ରାୟଗଡ଼ା ରେଳ ଷ୍ଟେସନ କତୃପକ୍ଷ ଙ୍କୁ ସାକ୍ଷାତ କରି ଭିନ୍ନକ୍ଷମ ମାନଙ୍କର ରେଳଯାତ୍ରା ରିହାତି ପ୍ରମାଣପତ୍ର ର ନିୟମ କୋହଳ ସମ୍ପର୍କିତ ଏକ ଆବେଦନ ପତ୍ର ବିଶାଖାପାଟଣା ସିନିୟର୍ DCM ଙ୍କ ନିକଟକୁ ପ୍ରେରଣ କରିଛନ୍ତି ।

ଭିନ୍ନକ୍ଷମ ମାନଙ୍କର ରେଳଯାତ୍ରା ରିହାତି ପ୍ରମାଣପତ୍ର ଆବଣ୍ଟନ ସମ୍ପର୍କିତ ଆଲୋଚନା ଚକ୍ରର ନିଷ୍କର୍ଷ ଅନୁଯାୟୀ NAB ଓଡ଼ିଶା ଶାଖାର ସମାବେଶି ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଶ୍ରୀ ଦାଶ NAB ଓଡ଼ିଶା ତରଫରୁ ଭିନ୍ନକ୍ଷମ ମାନଙ୍କର ରେଳଯାତ୍ରା ରିହାତି ପ୍ରମାଣ ପତ୍ରର ଆବଣ୍ଟନ ପ୍ରକ୍ରିୟା ଓ ନିୟମାବଳୀକୁ ଅଧିକ ଲୋକାଭିମୁଖୀ ତଥା ସହଜ କରିବାପାଇଁ ପତ୍ର ସଂଖ୍ୟା ୬୬୧ ତାରିଖ-୧୯/୧୧/୨୦୨୨ ଅନୁଯାୟୀ ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ଭିନ୍ନକ୍ଷମ ଅଧିକାର ଅଧିନିୟମ ଆଇନ୍ ୨୦୧୬ ଅନୁସାରେ ୪୦% ଶତକଡ଼ା ଭିନ୍ନକ୍ଷମ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯଥାନୁପାତ ରେଳ ଟିକଟରେ ରିହାତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।

ଏ ଦିଗରେ ରାୟଗଡ଼ା ରେଳ ଷ୍ଟେସନ କତୃପକ୍ଷ ସହଯୋଗ କରିଥିବାରୁ ପରିଦର୍ଶକ ମଣ୍ଡଳୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରକାଶ ଥାଉକିଯେ ଇତ୍ୟାବସରରେ ଜାତୀୟ ଦୁଷ୍ଟି ବାଧିତ ସଂଘ ଓଡ଼ିଶା ଶାଖାର ର ସମବେଶୀ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଶ୍ରୀ ଦାସ୍ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଶ୍ରାଧାଦେବ ସିଂହ ଙ୍କୁ ସାକ୍ଷାତ କରି ରାୟଗଡ଼ା ଠାରେ ଦୃଷ୍ଟି ବାଧୀତ ବ୍ୟକ୍ତି ମାନଙ୍କ ଶିକ୍ଷା ପାଇଁ ଏକ ବ୍ରେଇଲ୍ ତାଲିମ୍ କେନ୍ଦ୍ର ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ NAB ଓଡ଼ିଶାର ଏହି କାର୍ଯ୍ୟକ୍ରମରେ RBMS ରାୟଗଡ଼ା ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ସଭାପତି ଶିଶିର ରାଉଳ ସମ୍ପାଦକ ଅମରେନ୍ଦ୍ର ନଥ ପ୍ରମୁଖ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟ କୁ ଆଗେଇ ନେବା ନିମନ୍ତେ ପ୍ରତିଶୁତି ଦେଇଥିଲେ ।