ବିନିକା ସହରରେ ଗୋକୁଳାଷ୍ଟମୀ ମହୋତ୍ସବ ଉଦଯାପିତ

0
349
ବିନିକା ସହରରେ ଗୋକୁଳାଷ୍ଟମୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୧୧) : ବିନିକା ସହର କଂସାରୀପଡା ବ୍ରଜ ବିହାରୀ ନୃତ୍ୟ କଳାସଂଘ ଓ ପୂର୍ଣ୍ଣମାସୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ସପ୍ତାହ ଧରି ଧୁମଧାମ ରେ ଚାଲିଥିବା ବିନିକା ସହରରେ ଗୋକୁଳାଷ୍ଟମୀ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି ।WhatsApp Image 2022 11 20 at 11.18.48 ବିନିକା ସହରରେ ଗୋକୁଳାଷ୍ଟମୀ ମହୋତ୍ସବ ଉଦଯାପିତ

ବିନିକା ସହରରେ ଗୋକୁଳାଷ୍ଟମୀ ମହୋତ୍ସବ ଉଦଯାପିତ । ଏହି ଦରବାର ରେ ଅଘାସୁର ବଦ୍ଧ ସହ ବଟୁଲିଳା ନାଟକ ମଞ୍ଚସ୍ଥ ହୋଇଛି । ଉଦଯାପନୀ ଦିବସ ରେ ମହାରାଜ ଙ୍କ ଆଦେଶ କ୍ରମେ ମୁଖ୍ୟ ରାଜ ଅତିଥି ଭାବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବିନିକା ଏନଏସି ସାଂସଦ ପ୍ରତିନିଧି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ ।

ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ (କାହ୍ନୁ ) ମଞ୍ଚ ପରିଚାଳନା କରିଥିବା ବେଳେ ଉଦଘୋଷକ ଭାବେ ହିମାଂଶୁ ଭୂଷଣ ପଣ୍ଡା, ଅନ୍ତରାମ ଦାସ, ସୌମ୍ୟରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ । କଂସ ଭୂମିକାରେ ରାମଚନ୍ଦ୍ର ଦାସ, ମନ୍ତ୍ରୀ ସଞ୍ଜୟ ସାହୁ, କୃଷ୍ଣ ସୁଶାନ୍ତ ସାହୁ, ବଳରାମ ଅର୍ପିତ ସାହୁ, ବଟୁ ସୀତାରାମ ମାହାଣା, ଯଶୋଦା ସିପନ ଦାସ, ପଠାନ ରମାକାନ୍ତ ଦାସ, ଚୌକିଦାର ଅନ୍ଧାରୁ, ଡଗର ସବ୍ୟସାଚୀ ମାହାଣା ପ୍ରମୁଖ ଅଭିନୟ କରିଥିଲେ ।

ଦରବାର ରେ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଆଜି ଯାତ୍ରା ରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଜମିଥିଲା । ଏଥିରେ କମିଟି ସଭାପତି ପ୍ରସନ୍ନ ଦାସ, ସମ୍ପାଦକ ସଞ୍ଜୟ ଦାସ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।