Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା କାଲେଶ୍ୱର୍ ଆବାସିକ ବିଦ୍ୟାଳୟ ରେ ଛାତ୍ର ନିର୍ଯାତନା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୮/୧୧) : ପୁଣି ବୌଦ୍ଧ ଜିଲ୍ଲାରେ ଛାତ୍ର ନିର୍ଯାତନା । ବୌଦ୍ଧ ଜିଲ୍ଲା କାଲେଶ୍ୱର୍ ଆବାସିକ ବିଦ୍ୟାଳୟ ରେ ଛାତ୍ର ଙ୍କୁ ନିର୍ଯାତନା । ମାଡ ମାରିଲେ ଶିକ୍ଷକ ଓ ରୋଷେୟା ।

ବୌଦ୍ଧ ଜିଲ୍ଲା କାଲେଶ୍ୱର୍ ଆବାସିକ ବିଦ୍ୟାଳୟ ରେ ଛାତ୍ର ନିର୍ଯାତନା । ନିର୍ଯାତନା ସହି ନପାରି ହଷ୍ଟେଲ ଛାଡି ପଳାଇ ଆସିଲେ ୫ ଜଣ ଛାତ୍ର । ମାଡ ମାରିଥିବା ନେ଼ଇ ଅଭିଯୋଗ କଲେ ଛାତ୍ର । ବୌଦ୍ଧ ବସ୍ ଷ୍ଟାଣ୍ଡ ରୁ ୫ ଜଣ ଛାତ୍ର ଙ୍କୁ ଉଦ୍ଧାର କଲା ବୌଦ୍ଧ ଆଦର୍ଶ ପୋଲିସ୍ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ଅନ୍ତର୍ଗତ କାଳେଶ୍ଵର ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ଗତ କିଛି ଦିନ ହେବ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଓ ରୋଷେୟା ମାଡ଼ ମାରୁଥିବା ବେଳେ ଏଥିରେ ଅତିଷ୍ଠ ହୋଇ ଗତ କାଲି ରାତ୍ରିରେ ହଷ୍ଟେଲ ଛାଡି ୫ ଜଣ ଛାତ୍ର ପଳାଇ ଆସିଥିଲେ ।

ତେବେ ସ୍ଥାନୀୟ କିଛି ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଉଚିତ୍ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

Popular Articles