ସାଂସଦ ଙ୍କ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ

0
191
ସାଂସଦ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୧) : ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ କରି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଯାଇ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । 

ସହର ର ବାସିନ୍ଦା ଙ୍କ ଦୀର୍ଘ ଦିନ ଦାବି ଥିଲା ପାରଳାଖେମୁଣ୍ଡି ରେଲୱେ ଷ୍ଟେସନ ନବିକରଣ ପାଇଁ ଦାବୀ ରହିଛି, ଯେଉଁଥିପାଇଁ ସାଂସଦ ଚନ୍ଦ୍ରଶେଖର ସାହୁ ବାରମ୍ବାର ରେଳ ବିଭାଗ ର ଡି ଆର ଏମ ଙ୍କ ସହ ଆଲୋଚନା କରିଛନ୍ତି । ଗତ କିଛି ଦିନ ତଳେ ଡି ଆର ଏମ ପାରଳାଖେମୁଣ୍ଡି ଗସ୍ତ କରିଥିଲେ କାମ ଆରମ୍ଭ ହେଲା ନାଁ ନାହିଁ , କେବେ ସୁଦ୍ଧା ଆରମ୍ଭ ହେବ ସେ କଥାକୁ ନେଇ ଡି ଆର ଏମ ଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟାକ୍ଷା ଓ ମୁନିସିପାଲିଟି ଅଧ୍ୟାକ୍ଷା ନିର୍ମଳା ସେଠି ଯୋଗ ଦେଇଥିଲେ ।