Thursday, March 28, 2024

Top 5 This Week

Related Posts

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୧୧) : ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା । ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS),, ହରଭଙ୍ଗା ବ୍ଲକ,, ୦୩ ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଚାରିଛକ ଶିବମନ୍ଦିର ଠାରୁ ବିଇଓ ଅଫିସ କୁ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ, ସଚିବ 5T ଙ୍କ ଉଦ୍ଦେଶ୍ୟରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି ।

ଦାବିଗୁଡିକ ହେଲା,, ୧:- ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (2001) ଠାରୁ ସ୍ଵେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର କଣ୍ଟାକ୍ଟ ଚୁଆଲ ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ ୬ ଟି increment ପ୍ରଦାନ କରାଯାଉ । ୨ :- ଜାତୀୟ ପେନସନ ଯୋଜନା କୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ । ୩ :- ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ ।

ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ (NPS) ସଂଘ ର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା । ଉକ୍ତ ସଭା ରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ NPS ,ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲାସଂଘ ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ, କୁମୁଦ ଚନ୍ଦ୍ର ପ୍ରଧାନ ସଭାପତି ମିଳିତ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରକିୟା ରେ NPS ଶିକ୍ଷକ ଙ୍କୁ ସାମିଲ କରାନଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଳକୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଘ କର୍ମକର୍ତ୍ତା ଶ୍ରୀ ମହେଶ ସେଠୀ ଶ୍ରୀ ଶମ୍ଭୁ ଗିରି, ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ, କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର, କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା, ସହ ସମ୍ପାଦକ ଜୟନ୍ତୀ ବେହେରା,, ଉପସଭାପତି ସରୋଜ ସାହୁ, ବିଜୟ ସାହୁ, ନୀଳାଞ୍ଚଳ ବିହାରୀ ମିଶ୍ର,, ବସନ୍ତ ବିଶ୍ୱାଳ, ପ୍ରସନ୍ନ ପ୍ରଧାନ, ଅଶେଷ ପ୍ରଧାନ,, ରଞ୍ଜନ ସାମଲ, ବିଭୀଷଣ ସାମଲ, ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ପୌଲସ୍ତି ଭୋକ୍ତା ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Popular Articles