ଟ୍ରେନ୍‌ରୁ ଲୁଟ କରି ବାହାରେ ଭାଗ କରୁଥିଲେ, ମାଡ଼ି ବସିଲା ଆରପିଏଫ

0
106
ଟ୍ରେନ୍‌ରୁ ଲୁଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୯/୧୧) : ଚଳନ୍ତା ଟ୍ରେନ ଭିତରୁ କେତେବେଳେ ବ୍ୟାଗ ତ କେତେବେଳେ ପର୍ସ ଚୋରି କରୁଥିଲେ। ଟ୍ରେନ୍‌ରୁ ଓହ୍ଲାଇ ତାହାକୁ ଭାଗବଣ୍ଟା କରି ମାଲେମାଲ ହେଉଥିଲେ । ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି । ଟ୍ରେନ୍‌ରୁ ଲୁଟ କରି ବାହାରେ ଭାଗ କରୁଥିଲେ ମାଡ଼ି ବସିଲା ଆରପିଏଫ ଏପରି ଏକ ଚୋର ଗ୍ୟାଙ୍ଗର ୩ ଜଣଙ୍କୁ ବଲାଙ୍ଗିର ଆରପିଏଫ ପୁଲିସ୍‌ ଗିରଫ କରି ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି ।

ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁ’ର ଦାଶରଥି ନାଗ ମୁନିଗୁଡାରୁ ରାଉରକେଲାକୁ ଯାଉଥିଲେ । ରାତି ପ୍ରାୟ ସାଢେ ୧୨ ଟା ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ହଠାତ ତିନିଜଣ ଯୁବକ ଦାଶରଥିଙ୍କ ବ୍ୟାଗ ଟ୍ରେନ୍‌ରୁ ଲୁଟ କରି ଫେରାର ମାରିଥିଲେ । ଏ ନେଇ ଯାତ୍ରୀଜଣକ ବଲାଙ୍ଗୀର ଆରପିଏଫରେ ଲିଖିତ ଅଭିଯୋଗ କରିଥିଲେ ।

ଆର.ପି.ଏଫ ର ସ୍ୱତନ୍ତ୍ର ଟିମ ସିସି.ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ରେଲୱେ ଷ୍ଟେସନଠୁ କିଛି ଦୂରରେ ତିନି ଲୁଟେରା ବ୍ୟାଗ ଖୋଲି ଭାଗବଣ୍ଟା କରୁଥିବା ସମୟରେ ମାଡି ବସିଥିଲା ଆରପିଏଫ ପୁଲିସ୍‌ । ସେମାନଙ୍କ ଠାରୁ ଟଙ୍କା ସହିତ ବହୁ ମୂଲ୍ୟବାନ କାଗଜପତ୍ର ଉଦ୍ଧାର କରିଥିଲା ଆରପିଏଫ । ଗିରଫ ତିନି ଜଣ ହେଉଛନ୍ତି, ବଲାଙ୍ଗିର ସହରର ଠିକାଦାର ପଡ଼ା ର ସୁନାଧର ବରିହା, କଲେଜଛକର ରାଜେଶ ମେହେର ଏବଂ ସାଗରପଡାର ପ୍ରିତମ ଅଦାବରିଆ । ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।