Friday, March 29, 2024

Top 5 This Week

Related Posts

ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ପୂର୍ଣ୍ଣାଙ୍ଗ କମିଟୀ ଗଠିତ ଓ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୮/୧୧) : ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ କମିଟୀ ସଭାପତି ବିଶ୍ୱମ୍ଭର ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ପୂର୍ଣ୍ଣାଙ୍ଗ କମିଟୀ ଗଠନ କରାଯାଇଛି ।

ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ପୂର୍ଣ୍ଣାଙ୍ଗ କମିଟୀ ଗଠିତ ଓ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଉପଦେଷ୍ଟା ମଣ୍ଡଳୀରେ ସୁ୍ଘୋଷ ମିଶ୍ର, ପ୍ରତାପ ମିଶ୍ର ଓ କ୍ଷମାନିଧି ଦାଶ ରହିଛନ୍ତି । ସେହିପରି ସଭାପତି – ବିଶ୍ୱମ୍ଭର ମିଶ୍ର , ଉପସଭାପତି ଅନ୍ତର୍ଯ୍ୟାମୀ ଭରାସାଗର ଓ ମୁକେଶ କର୍ମୀ, ସମ୍ପାଦକ-ମୋନବୋଧ ପଧାନ, ସୁବଳ କଲିତା, ସନାତନ ପଟେଲ, ଅମନ ଭୁଏ । ସହସମ୍ପାଦକ – ଆନନ୍ଦ ଜଏରା ଯୋଗେଶ୍ୱର କର୍ମୀ, ପରିକ୍ଷିତ ଡାଙ୍ଗ, ରାମଭଞ୍ଜନ ଦାଶ, ମାନସ ପଧାନ, କ୍ଷୀରସିନ୍ଧୁ ଜଏରା, କୋଷାଧ୍ୟକ୍ଷ – ରଞ୍ଜନ ପଧାନ ଓ ସୌମ୍ୟରଞ୍ଜନ ନାଇକ (ଆକାଶ) । ଏଥି ସହିତ ମାହେଶ୍ୱରୀ ମନ୍ଦିର ରୁ ଆଜ୍ଞାମଳ ନେଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ପୂଜା କାର୍ଯ୍ୟ ରେ ଗ୍ରାମ ର ଗୌନ୍ତିଆ ସୁ୍ଘୋଷ କୁମାର ମିଶ୍ର କର୍ତ୍ତା ହୋଇଥିବା ବେଳେ ପୂଜକ ଭାବରେ ଚିତ୍ତରଞ୍ଜନ ଦାଶ ଦାୟିତ୍ୱ ତୁଲାଇ ଥିଲେ ।

Popular Articles