ବିଜୁ ଯୁବ ବାହିନୀ ତରଫରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ
କାଲିମେଳା(୨୧/୧୦): ଏମ ଭି ୭୯ର ତାଣ୍ଡବାଇ ପଞ୍ଚାୟତର ବିଜୁ ଯୁବ ବାହିନୀ ତରଫରୁ ଆଜି ଏମ ଭି ୭୯ରେ ସଡ଼କ ସୁରକ୍ଷା ଓ ନିୟମ କାଯ୍ୟକ୍ରମ “ରକ୍ଷକ” ଅନୁଷ୍ଠିତ ହୋଇଯାଇଛି |

ବିଜୁ ଯୁବ ବାହିନୀର ଚିରଞ୍ଜିତ ମଣ୍ଡଲ, ଆଶିଷ କୁମାର ବାଇନ୍, ବାପନ ଦତ୍ତ, ଇନ୍ଦ୍ରଜିତ୍ ସରକାର, କଙ୍କଣ ସରକାର, ରାହୁଲ ସହ ଏମ ଭି ୭୯ଥାନା ଆଇଆଇସି ମମତା ପାଣିଗ୍ରାହୀ ତଥା ଥାନା କର୍ମଚାରୀ, ଡ଼. ଶ୍ୟାମାପ୍ରସାଦ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରଭାସିନି ମହାପାତ୍ର ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ଯେଉଁମାନେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ସେମାନଂକୁ ବୁଝାଇଥିଲେ | ଏହିପରି ଭାବରେ ଲୋକମାନଙ୍କୁ ସଚେତନ କରିଥିଲେ ବିଜୁ ଯୁବ ବାହିନୀ |

Comments are closed.