Friday, March 29, 2024

Top 5 This Week

Related Posts

ଟାଟାଏସି-ହାଇୱା ମୁହାଁମୁହିଁ ଧକ୍କା; ଶାଶୁ ମୃତ, ଜ୍ୱାଇଁ ଓ ନାତି ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କରଞ୍ଜିଆ, (୧୯/୧୧) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟାଟାଏସି-ହାଇୱା ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ବାଲି ବୋଝେଇ ଟାଟାଏସି-ହାଇୱା ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ ୨ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗାଁର ରାନୁ ମାରାଣ୍ଡି । ରାନୁଙ୍କ ଜ୍ୱାଇଁ ଗାନ୍ଧୀ ହେମ୍ବ୍ରମ ଓ ତାଙ୍କ ୨ ବର୍ଷର ନାତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ବୋଝେଇ ହାଇୱାଟି ଆନନ୍ଦପୁରରୁ ଠାକୁରମୁଣ୍ଡା ଅଭିମୁଖେ ଆସୁଥିଲା । ଏହି ସମୟରେ ଚକୁଳିଆ ଗାଁ’ରୁ ଟାଟା ଏସିରେ ରାନୁ ତାଙ୍କ ଜ୍ୱାଇଁ ଓ ୨ ବର୍ଷର ନାତି ପତ୍ରତୋଳା ଯାଉଥିବା ବେଳେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ବାଲି ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟାଟାଏସିରେ ବସିଥିବା ୨ବର୍ଷର ଶିଶୁ ବାହାରକୁ ଛିଟିକି ପଡ଼ିଥିବା ବେଳେ ଘଟଣାସ୍ଥଳରେ ରାନୁଙ୍କର ମୃତ୍ୟୁ ଘଟିଥିଲା ।

ରାନୁଙ୍କ ଜ୍ୱାଇଁ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଠାକୁରମୁଣ୍ଡା ଥାନା ପୁଲିସ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Popular Articles