ଅସହାୟ ସାହେବଙ୍କୁ ବୃଦ୍ଧାଆଶ୍ରମରେ ପହଞ୍ଚାଇଲେ ସାହାଯ୍ୟ ଗୃପ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୦/୧୦): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡା ବ୍ରାଇଟ କେଏର ଏକାଡେମୀ ସିନିଅର ସିଟିଜନ ହୋମ ନାମକ ବୃଦ୍ଧାଆଶ୍ରମରେ ଆଜି ଅପରାହ୍ନରେ ଜୟପୁର ସ୍ଥିତ ସାହାଯ୍ୟ ଗୃପ ପକ୍ଷରୁ ଅସହାୟ ବୃଦ୍ଧଙ୍କୁ ଆଣି ଛାଡ଼ିଥିବା ଜଣାପଡିଛି |

ଉକ୍ତ ବୃଦ୍ଧ ଜଣକ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଖୁଡିଗୁଡା ଗ୍ରାମର ସାହେବ ନାୟକ ବୋଲି ଜଣାପଡିଛି | ସାହେବଙ୍କ ପରିବାର କେହି ନ ଥିବାରୁ ଅସହାୟ ଅବସ୍ଥାରେ ରହୁଥିବା ଦେଖି ସାହାଯ୍ୟ ଗୃପ କର୍ମକର୍ତ୍ତା ମାନେ ଏକ ଅମିନି ଗାଡିରେ ବୋରିଗୁମା ଖୁଡିଗୁଡାରୁ ବୈପାରୀଗୁଡା ମୁଣ୍ଡାଗୁଡା ବୃଦ୍ଧଆଶ୍ରମକୁ ଆଣି ଥଇଥାନ ବ୍ୟବସ୍ଥା କରିଛନ୍ତି | ପରିଣତ ବୟସରେ ସାହେବ ନିଜର ଗୁଜୁରାଣ ମେଣ୍ଟିବା ପାଇଁ କଷ୍ଟ ହେଉଥିବା ବେଳେ ତାଙ୍କୁ ସାହା କେହି ମଧ୍ୟ ନ ଥିବା ଯୋଗୁଁ ବୃଦ୍ଧାଶ୍ରମରେ ପହଞ୍ଚାଯାଇଛି | ଏବଂ ଏପରି କାର୍ଯ୍ୟକ୍ରମରେ ଆମକୁ ଖୁସି ମିଳୁଛି ବୋଲି ସାହାଯ୍ୟ ଗୃପ ପକ୍ଷରୁ କହିଛନ୍ତି | ସାହାଯ୍ୟ ଗୃପର କାର୍ତ୍ତିକ ରାଉତ, ସ୍ବର୍ଣ୍ଣଲତା ପଣ୍ଡା, ପବିତ୍ର ମୋହନ ପାତ୍ର, ସୁଶାନ୍ତ ପଣ୍ଡା, ଜୟନ୍ତ ଦାସ, ସନ୍ତୋଷ ପଟ୍ଟନାୟକ ପ୍ରମୁଖୁ ସହଯୋଗ କରିଥିଲେ |

Comments are closed.