କଳାହାଣ୍ଡି ଭିଜିଲାନ୍ସ ପଞ୍ଝାରେ ମୋହନଗିରି ବନପାଳ

ରିପୋର୍ଟ: ଡିଙ୍ଗର କିଶୋର ସାହୁ
ମ.ରାମପୁର(୨୦/୧୦): ରାଜ୍ୟର ବିଭିନ୍ନ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀ ମାନେ ଭିଜିନାନ୍ସ ଜାଲରେ ପଡୁଥିବା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ରେଞ୍ଜ ଅନ୍ତର୍ଗତ ମୋହନଗିରି ଫରେଷ୍ଟର ରୁଦ୍ର ପ୍ରସାଦ ଗହୀର ଫରେଷ୍ଟ ସ୍କ୍ବାଡ଼ ସାଧନା ଭୋଇଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଚାକିରୀରେ ନିଯୁକ୍ତି ନିୟମିତ କରାଇବାଦେବା ପାଇଁ ଲାଞ୍ଚ ନେଉଥିଲେ । ଏହି ଭିଜିଲାନ୍ସ ଚଢ଼ାଉରେ କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦ ନେତୃତ୍ୱରେ ଇନ୍ସପେକ୍ଟର କଳାବତୀ ବାଗ । ଟ୍ରେନର ସନ୍ତୋଷ ମହାନ୍ତି, କନେଷ୍ଟବଳ ପ୍ରକାଶ ବେହେରା ଓ ଶିବ ପ୍ରସାଦ ପ୍ରଧାନ ସହଯୋଗ କରିଥିଲେ । କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ବିଭିନ୍ନ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅତି ସହଜରେ କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦ ଯେଉଁ ଭଳି ଭାବରେ ମୁଖା ଖୋଳୁଛନ୍ତି ସେଥିପାଇଁ ତାଙ୍କ ଟିମକୁ ପ୍ରସଂଶା କରିବା ସହ ଜନସାଧାରଣ ବେଶ ଖୁସି ହେଉଛନ୍ତି ।

Comments are closed.