ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ.ସି.ସି ର ଚୟନ ପ୍ରକ୍ରିୟା ଅନୁଷ୍ଠିତ

0
148
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୧୧) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଏନ.ସି.ସି ର ବରିଷ୍ଠ ବିଭାଗ ର ଚୟନ ପ୍ରକ୍ରିୟା କରାଯାଇଛି ।WhatsApp Image 2022 11 17 at 17.15.45 1 ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ.ସି.ସି ର ଚୟନ ପ୍ରକ୍ରିୟା ଅନୁଷ୍ଠିତ

ଏଥର ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ.ସି.ସି ପାଇଁ ଇଛୁକ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଚୟନ ପ୍ରକ୍ରିୟା କରାଯାଇଥିଲା । ଏହି ଚୟନ ପ୍ରକ୍ରିୟା ରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ର ଶାରୀରିକ ଓ ଲିଖିତ ଦକ୍ଷତାକୁ ପରିଗଣିତ କରି ସର୍ବମୋଟ ୩୫ ଜଣ ଛାତ୍ରଛାତ୍ରୀ ଙ୍କୁ ଚୟନ କରାଯାଇଥିଲା । ଏଥିରେ ୧୨ ଜଣ ଛାତ୍ରୀ ଓ ୨୩ ଜଣ ଛାତ୍ର ଚୟନ ହୋଇଛନ୍ତି । ଏହି ଚୟନ ପ୍ରକ୍ରିୟାରେ ୧୩ (ଓ) ବାଟାଲୀୟନ, ଏ ନ. ସି.ସି, ନବରଙ୍ଗପୁରର ସୁବେଦାର ଏ କୁଣ୍ଡ ଏବଂ ହାବିଲଦାର ଏସ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଚୟନ କରିଥିଲେ ।

ଏହି ଚୟନ ପ୍ରକ୍ରିୟାକୁ ସି.ଟି. ଓ ତଥା ଅଧ୍ୟାପକ ତ୍ରିଲୋଚନ ନାୟକ, କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ନୂଆ କରି ଯୋଗଦାନ ଦେଇଥିବା ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଏନ.ସି.ସି ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ଵ ବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ସମ୍ପାଦକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।