ଅସହାୟଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ, ପ୍ରଶାସନର ଦୃଷ୍ଟିପଡ଼ୁ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୧୯.୧୦୨୦୧୯): ସମସ୍ତ ଗରିବଲୋକଙ୍କୁ ମୁଣ୍ଡ ଉପରକୁ ଛାତ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ପୃଥକ ପୃଥକ ଭାବେ ଉଭୟ ଅସହାୟଙ୍କୁ ପକ୍କା ଘର ଯୋଗାଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବାକୁ ଯୋଜନା କରିଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀଙ୍କ ଭାଗ୍ୟରେ ସାତ ସପନ ପାଲଟୁଥିବା ବେଳେ ଅନେକକ୍ଷେତ୍ରରେ ବାଟମାରଣା ହେଉଥିବା ଦେଖିବାକୁ ମିଳିଛି ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଳାପଦର ପଞ୍ଚାୟତର ଲହଣ୍ଡାସିଲ ଗ୍ରାମର ରାମଚନ୍ଦ୍ର ଗଣ୍ଡ(୭୫) ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏକାଧାରରେ ଭୂମିହୀନ ଓ ଆବାସ ଗୃହରେ ବଞ୍ଚିତ ରହିଥିବା ରାମଚନ୍ଦ୍ର ଗୋଣ୍ଡ ପରିବାର ର ଆଉ ଦୁଇ ଜଣ ପ୍ରାଣୀଙ୍କୁ ନେଇ ଏଯାବତ ଖୋଲା ଆକାଶ ତଳେ , ଚିରା ପଲିଥିନ ଓ ଛିଣ୍ଡା କପଡ଼ା ଗୁଡ଼ାଇ ବର୍ଷତମାମ ଖରା ବର୍ଷା ଶୀତ କାକର ତାଡନା ସହି ବଞ୍ଚିବା ପାଇଁ ସଂଗ୍ରାମ ଚଳାଇ ଆସୁଅଛନ୍ତି ।ରାମଚନ୍ଦ୍ର ଏବେ ଚାଲିବାକୁ ଅକ୍ଷମ ଥିବା ବେଳେ ଗୁରୁଣ୍ଡି ଗୁରୁଣ୍ଡି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ତ୍ରୀ ମୁଙ୍ଗେ ଗଣ୍ଡ (୫୦) ଓ ଝିଅ ନିଲେ ଗଣ୍ଡ (୨୫) କୁଲି କାମ କରିଥାନ୍ତି ।ଏହି ତିନିପ୍ରାଣୀ ଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଭାଗ୍ୟରେ ଭଙ୍ଗା କୁଡ଼ିଆ ଟିଏ ବି ନାହିଁ କାରଣ ଏମାନେ ଭୂମିହୀନ । ଲହଣ୍ଡାସିଲ ଗ୍ରାମରେ ଏବେ ୩ପ୍ରାଣୀ ଆଶ୍ରୟ ନେଇଛନ୍ତି ଏକ ଛେଦରେ ।

ଛିଣ୍ଡା ପକାଯାଇଥିବା ଜରିପାଲ ଏବଂ ଶାଡୀ ଗୁଡ଼ିକୁ କାଠ ରେ ଗୁଡେ଼ଇ ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ପାଇଁ ଉଆସ ଟିଏ ନିର୍ମାଣ କରିଛନ୍ତି ମୁଙ୍ଗେ ଓ ନିଲେ ତେବେ ଏହି ଉଆସ ରେ କିଭଳି ତିନିପ୍ରାଣୀ ରହୁଥିବେ ଯେ କେହି ବି ଆଖିରେ ଦେଖିଲେ ଆହା ପଦେ ପାଟିରୁ ବାହାରି ଆସିବ ,ତିନିପ୍ରାଣୀ ପାଇଁ ମୁଣ୍ଡ ରେ ଛାତ ନଥିବା ବେଳେ ସାହା ଭରସା କେବଳ ୧୦ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ପେନସନ | ତେବେ ସେ ପେନସନ ଟିକକ ବି ଗତ ତିନି ମାସ ହେବ ମିଳିନଥିବା କୋହଭାର ସ୍ୱରରେ ଦୁଃଖ ଜଣାଇ ଅଛନ୍ତି ରାମଚନ୍ଦ୍ର । ଘଟଣା ନେଇ ଚକଲାପଦର ପଞ୍ଚାୟତର ଜିଆରଏସ ବିଜୟ କୁମାର ସାମଲଙ୍କୁ ଯୋଗାଯୋଗ କରିବାରୁ ପଞ୍ଚାୟତରୁ ଚାଉଳ ଓ ପେନସନ ମିଳୁଥିବାର ଜଣାଇଥିବା ବେଳେ ରାମଚନ୍ଦ୍ରଙ୍କୁ ଦୀର୍ଘ ବର୍ଷ ହେବ ଆବାସ ଗୃହ ନେଇ ନାଁ ରହୁଥିଲା । ତେବେ ସେ ନିଜର ଡକ୍ୟୁମେଣ୍ଟ ପଞ୍ଚାୟତରେ ଦେଇପାରୁ ନ ଥିବାରୁ ଗୃହଟିଏ ମିଳିପାରି ନ ଥିବାର ଜଣାଇଥିଲେ । ତେବେ ଘଟଣା ନେଇ ବିଡ଼ିଓ ଦେବେନ୍ଦ୍ର ବହାଦୁର ସିଂ ଧୁରୁଆଙ୍କ ମତାମତ ନେବାରୁ ଗରିବ ପରିବାରଙ୍କ ଦୁର୍ଦଶା ବିଷୟରେ ଜାଣି ସେ ଦୁଃଖିତ । ତେବେ ସଦସ୍ୟଙ୍କ ପରିଚୟ ପତ୍ର କିମ୍ବା ଆଧାର କାର୍ଡ ଯଦି ନାହିଁ ତାହାହେଲେ ପ୍ରଥମେ ଅଧାରକାର୍ଡ ତିଆରି କରି ସରକାରଙ୍କ ଯୋଜନାରେ ସେ କିଭଳି ଲାଭ ଉଠେଇବେ ସେଥି ନେଇ ବ୍ୟବସ୍ଥା କରିବେ ବୋଲି ମତ ରଖିଥିଲେ । ତେବେ ଯଥା ଶୀଘ୍ର ଏହି ଅସହାୟ ପରିବାରକୁ ସହାୟ ହେବା ନେଇ ଲହଣ୍ଡାସିଲ ଗ୍ରାମବାସୀ ନିବେଦନ କରିଛନ୍ତି ।

Comments are closed.