Advertisements
Thursday, July 16, 2020
Home Development ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୧୯/୧୦): ଜନ୍ମ ହୋଇ ହେଲାଣି ଗୋଟେ ବର୍ଷ । ଅସ୍ଵାବିକ ଭାବେ ବଡୁଛି ମୁଣ୍ଡ । ମା କୋଳରେ ବିତୁଛି ଜୀବନ । ଯେଉଁ ବୟସରେ ଶିଶୁଟି ଆଣ୍ଠେଇ ଚାଲିବା ଆରମ୍ଭ କରିଥାନ୍ତା ସେହି ସମୟରେ ଦିନରାତି ମା କୋଳରେ ବିତୁଛି ଜୀବନ । ଅନ୍ୟ ପକ୍ଷେ ମା ମଞ୍ଜୁଲତାକୁ ଶିଶୁର ଅବସ୍ଥାକୁ ଦାୟୀ କରି ପରିବାର ଘରଠୁ ତଡି ଦେଇଛନ୍ତି ନିଜ ସ୍ୱାମୀ |

ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବୁଟିସର୍ଗି ଗ୍ରାମଠାରେ । ମଞ୍ଜୁଳତାର ଗାଁରେ ହିଁ ୩ବର୍ଷ ତଳେ ବିବାହ ହୋଇଥିଲା । ବିବାହ ପରେ ପରିବାର ସୁଖ ଶାନ୍ତିରେ ଚଳିଆସୁଥିଲେ । ବିବାହର ଏକ ବର୍ଷ ପରେ ମଞ୍ଜୁଲତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ୨୧ଦିନ ପରେ ଏକୁସିଆ ନାମକରଣ ଉତ୍ସବ ମଧ୍ୟ ମହା ଆଡମ୍ବରରେ ପାଳନ କରିଥିଲେ । କିନ୍ତୁ ଏକୁସିଆ ନାମକରଣ ପରେ ପରେ ଶିଶୁର ମୁଣ୍ଡ ଅସ୍ଵାବିକ ଭାବରେ ବୃଦ୍ଧି ପାଇଥିଲା ଯେତେ ସମ୍ଭବ ପରିବାର ଲୋକ ଶିଶୁର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଶିଶୁଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା । ପୁଣି ବର୍ଷ ପରେ ମଞ୍ଜୁଲତା ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ବିଧିର ବିଧାନ ମଞ୍ଜୁଲତାଙ୍କ ନବ ଜନ୍ମିତ କନ୍ୟା ସନ୍ତାନର ମଧ୍ୟ ଅସ୍ୱାବିକ ଭାବେ ମୁଣ୍ଡ ବଡିବାକୁ ଲାଗିଲା । ଏହାଦେଖି ପରିବାର ଚିନ୍ତାରେ ପଡ଼ି ଥିବାବେଳେ ସ୍ୱାମୀ ସ୍ତ୍ରୀ ମଞ୍ଜୁଲତାକୁ ନିନ୍ଦା ଅପବାଦ କରି ଘରରୁ ଥଡ଼ି ଦେଇଥିଲା । ନିଜ ସ୍ୱାମୀ ଘରରୁ ବାହାର କରିଦେବାରୁ ବର୍ତ୍ତମାନ ମଞ୍ଜୁଲତା ବାପା ଘରେ ବାଧ୍ୟ ହୋଇ ରହୁଛନ୍ତି । ଯେତେବେଳେ ଶିଶୁର ମୁଣ୍ଡ ବୃଦ୍ଧି ହେବାକୁ ଲାଗିଲା ସେତେବେଳେ ବେଲଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ କିଛି ସୁଫଳ ନମିଳିବାରୁ କଟକ ମେଡିକାଲକୁ ନେବା ପାଇଁ ଡାକିବୁ ବୋଲି କହିଥିଲେ କିନ୍ତୁ ବର୍ଷେ ବିତି ଯାଇଥିଲେ ମଧ୍ୟ କିଛି ଜଣାଇ ନାହାନ୍ତି ବୋଲି ମଞ୍ଜୁଲତା କହିଛନ୍ତି । ଏହି ବାଟେ ଶିଶୁଟି ଏକ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ମା କୋଳରେ ରହୁଛି ଏବଂ ଅସୁସ୍ଥତା ଯୋଗୁଁ ପିଲାଟି ସବୁବେଳେ କାନ୍ଧି ଥାଉଛି । ଅନ୍ୟ ପକ୍ଷେ ମଞ୍ଜୁଲତା ସ୍ବାମୀ ପରିତ୍ୟକ୍ତ ଅବସ୍ଥାରେ ୮ ମାସ ରୁ ଅଧିକ ହେବ ପଡି ରହିଥିବା ବେଳେ ବାପା ଧନିରାମ ମାଳି ନିତାନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବୋଝ ଉପରେ ନଳିତା ବିଡା ପରି ନାତୁଣୀ ର ଚିକିତ୍ସା । ଧନିରାମ ଚାଷ ବାସ କରି ଚଳି ଆସିଥିବା ବେଳେ ନାତୁଣୀ ର ଚିକିତ୍ସା ପାଇଁ ଅର୍ଥବାଧକ ସାଜିଛି । ଯାହା ଚାଷ ଅମଳ କରିଲା ପରେ ସବୁ ତକ ବିକ୍ରି କରି ନାତୁଣୀ ର ଚିକିତ୍ସା କରିବି ବୋଲି କହିଛନ୍ତି ଧନିରାମ । ଅନ୍ୟ ପକ୍ଷେ ଧନିରାମ ପରିବାର ର ଏକ ମାତ୍ର ରୋଜଗାରିୟା ହୋଇଥିବାରୁ ଆର୍ଥିକ ଅନ ଟନ ବିତୁଛି ଜୀବନ ଏଭଳି କ୍ଷେତ୍ରରେ ମଞ୍ଜୁଲତା ନିଜ ଶିଶୁ କୁ ବଞ୍ଚାଇବା ପାଇଁ ସରକାର ଙ୍କୁ ଗୁହାରି କରିବା ସହ ନ୍ୟାୟ ଭିକ୍ଷା ମାଗିଛନ୍ତି । ଶିଶୁ ର ଚିକିତ୍ସା ପାଇଁ ଗ୍ରାମବାସୀ ମାନେ ମଧ୍ୟ ଜିଲ୍ଲା ପ୍ରଶାସନ କୁ ସାହାଯ୍ୟ କରିବା କୁ ନିବେଦନ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: