ସ୍ବେଚ୍ଛାସେବୀଙ୍କ ଦ୍ୱାରା ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୯/୧୦): ବୈପାରୀଗୁଡା ଥାନା ଅନ୍ତର୍ଗତ ସ୍ଥାନୀୟ ବ୍ଲକ ଅଫିସ ସମ୍ମୁଖରେରେ ଗୁପ୍ତେଶ୍ୱର ରାସ୍ତା କଢ଼ରେ ଥିବା ପରିବା ଦୋକାନ ନିକଟରେ ଦୀର୍ଘ ଦିନ ହେବ ଜଣେ ଫୁଟୁକା ବ୍ୟବସାୟୀ ଅସୁସ୍ଥ ହୋଇ ପଡି ରହୁଥିବା ବେଳେ ଆଜି ସକାଳ ୯ଟା ବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା |

ସ୍ଥାନୀୟ ଉଠା ଦୋକାନୀ ଯୁବକମାନେ ଦେଖି ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ବୈପାରୀଗୁଡା ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ବୈପାରୀଗୁଡା ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ | ମୃତ ବ୍ୟକ୍ତିଙ୍କ ପରିବାର କେହି ନ ଥିବାରୁ ସ୍ଥାନୀୟ ସରପଞ୍ଚ ଭାଗିରଥି ମୁରଜିଆ, ନେହୁରୁ କେନ୍ଦ୍ର ସ୍ବେଚ୍ଛାସେବୀ ଭୀମସେନ ହରିଜନ, ସରୋଜ ପ୍ରଧାନ, ସୁମନ୍ତ ଶବର ଓ ସ୍ଥାନୀୟ ପୋଲିସଙ୍କ ସାହାଯ୍ୟରେ ଶବ ସତ୍କାର କରାଯାଇଛି |

ବୈପାରୀଗୁଡା ଥାନା ସବଇନ୍ସପେକ୍ଟର ଘସିରାମ ସେଠି ଏହି ଘଟଣାକୁ ତଦନ୍ତ କରୁଥିବା ବେଳେ ହାବିଲଦାର ପ୍ରମୋଦ କୁମାର ଦଣ୍ଡସେନା ସହଯୋଗ କରିଛିନ୍ତି | ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁ ଶବ ବ୍ୟବଛେଦ କରିଥିଲେ | ସ୍ୱେଚ୍ଛାସେବୀ ମାନେ ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର ପରି ମହତ କାର୍ଯ୍ୟକ୍ରମକୁ ହାତକୁ ନେଉଥିବାରୁ ବୈପାରୀଗୁଡା ଅଂଚଳବାସି ସ୍ବାଗତ କରିଛନ୍ତି |

Comments are closed.