Friday, March 29, 2024

Top 5 This Week

Related Posts

ଜଳଶକ୍ତି ଅଭିଯାନ ଅନ୍ତର୍ଗତ କୃଷକ ମେଳା – ୨୦୨୨ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୧୧) : ଆଜି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା ତରଫରୁ ଜଳଶକ୍ତି ଅଭିଯାନ ଅନ୍ତର୍ଗତ କୃଷକ ମେଳା -୨୦୨୨ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ।WhatsApp Image 2022 11 16 at 09.34.15 2 ଜଳଶକ୍ତି ଅଭିଯାନ ଅନ୍ତର୍ଗତ କୃଷକ ମେଳା - ୨୦୨୨ ଅନୁଷ୍ଠିତ

ଜଳଶକ୍ତି ଅଭିଯାନ ମେଳାରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ଷା ଜଳରେ ସଂରକ୍ଷଣ ଓ ଏହାର ପରିଚାଳନା ସହିତ ଭୂତଳ ଜଳସ୍ତର ବୃଦ୍ଧି ଆଦି ବିଷୟରେ ଚାଷୀ ମାନଙ୍କୁ ଆବଶ୍ୟକ ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡ଼ଃ.ଦୟାନୀଧି ବାଗ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ରାୟଗଡ଼ା ଯୋଗଦେଇ ସରକାରୀ ଯୋଜନା ଅନ୍ତର୍ଗତ କୃଷି ପୋଖରୀ, ଜଳଛାୟା , ଚେକଡ୍ୟାମ ଆଦି ପ୍ରକଳ୍ପର ସଫଳ ରୂପାୟନ ଦିଗରେ ଚାଷୀ ମାନଙ୍କ ସହଯୋଗ କାମନା କରିଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ ସରକାରଙ୍କ ଜଳଶକ୍ତି ଅଭିଯାନ ଅଧିନରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଚାଷୀ ମାନଙ୍କୁ ସଚେତନ କରାଇଥିଲେ । ଗୁଣପୁର ଅଞ୍ଚଳର ବିଶିଷ୍ଟ କୃଷିବିତ୍ ଶ୍ରୀ କୃଷ୍ଣ ପ୍ରସାଦ ବେବର୍ତ୍ତା ଯୋଗଦେଇ ଭବିଷ୍ୟତରେ ଜଳସଙ୍କଟର ସାମ୍ଭାବ୍ୟ ମୁକାବିଲା ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଜଳଶକ୍ତି ଅଭିଯାନ -୨୦୨୨ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ସଂପ୍ରସାରଣ ବୈଜ୍ଞାନିକ ଶ୍ରୀ ବିନୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଜଳଶକ୍ତି ଅଭିଯାନର ଆଭିମୁଖ୍ୟ ଓ ଜୀବନ ଧାରଣ ପାଇଁ ଜଳର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ।WhatsApp Image 2022 11 16 at 09.34.15 ଜଳଶକ୍ତି ଅଭିଯାନ ଅନ୍ତର୍ଗତ କୃଷକ ମେଳା - ୨୦୨୨ ଅନୁଷ୍ଠିତ

ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଗୁଣପୁର କୃଷି ଜିଲ୍ଲା ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ମତ୍ସ ଅଧିକାରୀ ଶ୍ରୀମତୀ ପୂର୍ଣ୍ଣପ୍ରିୟା ସୈାଭାରା, ଆଇ ଟି ଡି ଏ ଗୁଣପୁର କୃଷି ଅଧିକାରୀ ସୈାମେନ୍ଦ୍ର ଦାସ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅମିତ ଜ୍ୟୋତି ମାଝୀ, ସହକାରୀ ପ୍ରାଣୀ ଚିକିତ୍ସକ ଗୁଣପୁର, କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଅନୁକୂଳ କୃଷି ଓ ଆନୁସଙ୍ଗିକ କୃଷି, ବର୍ଷାଜଳ ଅମଳ, କୃଷକ ଉତ୍ପାଦକ ସଙ୍ଗଠନ ମାଧ୍ୟମରେ କୃଷି ବିପଣନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ ।

ଏହି ମେଳାରେ ରାୟଗଡ଼ା ଜିଲ୍ଲାର ପ୍ରତି ବ୍ଲକରୁ ପ୍ରାୟ ୨୦୦ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ । ଏହି ଅବସରରେ କୃଷି ଭିତ୍ତିକ ଓ ଆନୁସଙ୍ଗିକ କୃଷି ଯାନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା ଓ ଚାଷୀ ମାନେ ସେସବୁ ଵୁଲି ଦେଖିଥିଲେ । ଏହି ମେଳାକୁ ସ୍ୱର୍ଣ୍ଣ ସାରିକା ବେହେରା , ପରିମଳ ତରାଇ, ସୁମିତ୍ରା ମହାନ୍ତି ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Popular Articles