ସୁଦୂର ତାମିଲନାଡ଼ୁରୁ ୪ଦଦାନ ଶ୍ରମିକ ଉଦ୍ଧାର

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୧୮/୧୦): କାଶୀପୁର ବ୍ଲକ କୁଛୁକି ପଦର ଗ୍ରାମର ୪ଜଣ ଯୁବକ ତାମିଲନାଡୁର ତ୍ରିପୁରମ ନିକଟକୁ ଦାଦନ ଖଟିବାକୁ ୧ମାସ ପୂର୍ବରୁ ଯାଇଥିଲେ | କିନ୍ତୁ ଗତ ୦୪.୧୦.୨୦୧୯ ରୁ ତାଙ୍କ ସହିତ ଯୋଗାଯୋଗ ଆଉ ହୋଇପାରିନଥିବାରୁ ଦାଦନ ଖଟିବାକୁ ଯାଇଥିବା ଉକ୍ତ ଗ୍ରାମର ଲକ୍ଷ୍ମଣ ମାଝୀଙ୍କ ବାପା ଶ୍ରୀ ମାଜି ମାଝୀ ଥାନାରେ ଏକ ଏତଲା ଦେଇଥିଲେ | ଫଳରେ କାଶୀପୁର ଥାନାରେ ନିଖୋଜ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ୪ଟି ଅଲଗା ଅଲଗା ମାମଲା ଦାୟର କରାଯାଇଥିଲା |

ସୂଚନା ଥାଉକି ଯେ ଉକ୍ତ ନିଖୋଜ ବ୍ୟକ୍ତିଙ୍କ ପରିଚୟ ହେଲା ୧.ଲକ୍ଷ୍ମଣ ମାଝୀ ପି. ମାଜି ମାଝୀ ୨. କାର୍ତ୍ତିକ ନାଏକ ପି. ଧନୁର୍ଯ୍ୟାୟ ନାଏକ ୩. ବିଜୟ ନାଏକ ପି. ବେଵାରୀ ନାଏକ ୪. ରାମଚନ୍ଦ୍ର ନାଏକ ପି. ଯାଦୁ ନାଏକ | ଏମାନଙ୍କ ନାମରେ ଯଥାକ୍ରମେ ୧୬/୧୯,୧୭/୧୯,୧୭/୧୯,୧୮/୧୯ ଏତଲା ୠଜୁକରି କାଶୀପୁର ରୁ କନେଷ୍ଟବଳ ଶ୍ରୀ ଭି.ଏସ ନାରାୟଣଙ୍କୁ ତାମିଲନାଡୁ ପଠାଯାଇଥିଲା | ସେଠାରୁ ଏହି ୪ଜଣଙ୍କୁ ଉଦ୍ଧାର କରିଥିବା କାଶୀପୁର ଥାନାଧିକାରୀ ଶ୍ରୀ ଦୁର୍ଗା ମାଧବ ପ୍ରଧାନ କହିଛନ୍ତି | ଏହି ମାମଲାର ତଦନ୍ତ ଏ ଏସ ଆଇ ଶ୍ରୀ ଏସ କେ ନାୟକ କରୁଥିବା କହିଛନ୍ତି | ବର୍ତ୍ତମାନ ସମସ୍ତ ଯୁବକଙ୍କୁ ସେମାନଙ୍କ ଘରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି | ପୋଲିସର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି |

Comments are closed.