ଟଟୋପରା ଗଜଲକ୍ଷ୍ମୀ ପୂଜାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼. ହଳଧର ନାଗ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୧୭/୧୦): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଅନ୍ତର୍ଗତ ଟଟୋପରା(ଯାନୀପଡା) ଗ୍ରାମର ବାପୂଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଚତୁର୍ଥବର୍ଷ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ଚାରିଦିନ ହେଲା ପାଳିତ ହୋଇଛି । ଗାୟକ ସହସ୍ରାଂଶୁ କୁମାର ହୋତାଙ୍କ ଦ୍ଵାରା ଲକ୍ଷ୍ମୀ ପୁରାଣ ପାଠ ଏବଂ ଆଚାର୍ଯ୍ୟ ନିଲମ୍ବର ଦାସଙ୍କ ଦ୍ଵାରା ପ୍ରବଚନ ହୋଇଥିଲା | ତୃତୀୟ ଦିବସରେ ସଂସ୍କୃତିକ ମହୋତ୍ସବ ରେ ପଦ୍ମଶ୍ରୀ ଡ଼.ହଳଧର ନାଗ ଏବଂ ସୁନାମ ଧନ୍ୟ ବଂଶୀବାଦକ ଶ୍ରୀଯୁକ୍ତ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଉତ୍କଲି ଭାଷାର ବିଶେଷଜ୍ଞ ପଦ୍ମଶ୍ରୀ ହଳଧର ନାଗଙ୍କ ବାକବଚନୀକା ଓ ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକ ମଣ୍ଡଳୀକୁ ବିମୁଗ୍ଧ କରିଦେଇଥିଲା । ସଂଘର ଇତିହାସ, ମହତ୍ୱ ଏବଂ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କଳାପ ବିଷୟରେ ଶ୍ରୀ ରମେଶ ଚନ୍ଦ୍ର ସାହୁ ସଂକ୍ଷିପ୍ତ ବୀବଋଣୀ ଦେଇଥିବାବେଳେ ଗ୍ରାମର କଳା ସଂସ୍କୃତି, ଯାତ୍ରା ମହୋତ୍ସବ, ବିଭିନ୍ନ ନାଟକର ରଚିଈତା ବୟଵୃଦ୍ଧ ଶ୍ରୀ ଶ୍ୟାମଚନ୍ଦ୍ର ସାହୁ ଏବଂ ଜ୍ୟୋତିର୍ବିସାରଦ ପଣ୍ଡିତ ବିଭିନ୍ନ ଭୂମିକାରେ ରଚକ, ଗାୟକ, ଲେଖକ, କବି ନିର୍ଦେଶକ ଏବଂ ଅଭିନେତା ହିସାବରେ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ପୁଟେଲଙ୍କୁ ପଦ୍ମଶ୍ରୀ ହଳଧରନାଗଙ୍କ ମାର୍ଫତରେ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା | ଏହି ମହୋତ୍ସବର ରଙ୍ଗମଞ୍ଚରେ ହେମସାଗର ସାହୁ, ଜୟନ୍ତୀଲାଲ ସାହୁ, ପାରେଶ୍ୱର ସାହୁ, ବିଷ୍ଣୁଚରଣ ସାହୁ, ରଘୁନାଥ ପାଣିଗ୍ରାହୀ,ସହଶ୍ରlସୁ ହୋତା, ପୁରୁଷୋତ୍ତମ ଗହୀର, ଲିଙ୍ଗରାଜ, ଗୁପ୍ତେଶ୍ଵର ସାହୁ, ବିମ୍ବାଧର ସାହୁ, କୁଳମଣି ସାହୁ ମଂଚାସୀନ ଥିବା ବେଳେ ବୁଦ୍ଧଦେବ ସାହୁ ଏବଂ ସୁଦାମ ସାହୁ ମଂଚ ପରିଚାଳନା କରିଥିଲେ । ନୃତ୍ୟ ପ୍ରତିଯୋଗିତାରେ ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ଲଖମନ ସାହୁ ଓ ଶ୍ରୀ ରଘୁନାଥ ମିଶ୍ର ବିଚାରପତି ଭାବରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ପ୍ରଥମ, ଦ୍ଵିତୀୟ, ତୃତୀୟ ପୁରସ୍କାର ଭାବେ “ମା ମଉଳି ଗ୍ରୁପ, ଚକ୍ରୀୟା (ଭବାନୀପାଟଣା), ସୁଶ୍ରୀ ସ୍ମୃତି (ଚାଉଳସୁଖl), ଓଁମ ଗ୍ରୁପ(କଣ୍ଟାବାଞ୍ଜି)କୁ ପୁରସ୍କୃତ କରିଥିଲେ |

କର୍ତ୍ତା ହିସାବରେ କୀର୍ତିଚନ୍ଦ୍ର ସାହୁ ଓ ସହ ଧର୍ମିଣୀ ମଞ୍ଜୁରୀ ସାହୁ ଓ ଗୋସେଇଁ କଳାକାଁହୁ ମିଶ୍ରଙ୍କ ଦ୍ଵାରା ଶେଷ ପ୍ରହର ଯାଏ ପୁଜା ଆରମ୍ଭ ରୁ ବିସର୍ଜନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ତୁଲେଇଥିଲେ । କାର୍ଯ୍ୟକ୍ରମରେ ସଭାପତି ହରିଶ୍ଚନ୍ଦ୍ର ସାହୁ, ସମ୍ପାଦକ ଧନସିଂ ସାହୁ,ନୀଳମଣି ସାହୁ, ସତ୍ୟପ୍ରିୟ ବିଶି, ଭାର୍ଗବ ଚନ୍ଦ୍ର, କ୍ଷମା ସାଗର, ପ୍ରମୋଦ, ଲିଲୁ, ମାନସିଂ, ନବ, ଅରୁଣ, ଦୁଲଭ, ରାହସ, ଛନ୍ଦା,ଆଲୋକ, ମନ କିସୋର, ମନୋଜ, ଗିରି, ଜୟନ୍ତ, ରମା, ସୁଦର୍ଶନ,ଚକା, ନବୀନ,ଗଣନାଥ, ହେମରାଜ, ମଦନ,ରାଜିନ,ରୂପସ, ଉପ,ବିଜୟ ରୁକ୍ଷ,ଗଣେଶ,ବିଭୀଷଣ, ରତନ, ରମା, ଦୁଲମଣି, ଚକା, ରମେଶ ପୁଟେଲ ତଥା ଯୁବକ ସଂଘର ସବୁ କର୍ମକର୍ତା ଓ ଗ୍ରାମବାସୀ ବୃନ୍ଦଙ୍କ ଦ୍ବାରା କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

One response to “ଟଟୋପରା ଗଜଲକ୍ଷ୍ମୀ ପୂଜାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼. ହଳଧର ନାଗ”

  1. Ramesh says:

    Great