Thursday, March 28, 2024

Top 5 This Week

Related Posts

ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୫/୧୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅଧୀନ ସାନହୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନିଡି ଗ୍ରାମର ଏକ କପା ବାଡ ମଧ୍ୟରୁ ଗ୍ରାମ ବାସୀ ପୁଲିସ ପ୍ରଶାସନ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି ।WhatsApp Image 2022 11 15 at 18.17.04 1 ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି

ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି । ପ୍ରକାଶ ଥାଉକି କିନିଡି ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ଝିଅ ଶ୍ରୀମତୀ ଜଗମାୟା ପାଣିଗ୍ରାହୀ ଗତ କାଲି ସନ୍ଧ୍ୟାରେ ଧାନ ବିଲକୁ ପାଣି ମଡେଇବାକୁ ଯାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଫେରି ନଥିଲା । ଫଳରେ ପରିବାର ଲୋକେ ମାୟାର ଖବର ନେଇଁ ବହୁ ଖୁଜା ଖୁଜି କରିବା ପରେ ଆଜି ପୂର୍ବାହ୍ନ ୦୯ ଟା ବେଳେ ଗାଁ ନିକଟ ଏକ କପା ବାଡ ମଧ୍ୟରେ ଅଖାରେ ବନ୍ଧା ହୋଇ ପଡିରହିଥିବା ଦେଖିଥିଲେ । ଏହା ପରେ ସ୍ଥାନୀୟ ଜନସାଧାରଣ, ସରପଞ୍ଚ ଶ୍ରୀଯୁକ୍ତ ସମ୍ବରା ଶବର, ନାୟବ ସରପଞ୍ଚ, ଥାନା ଓ ୧୦୮ ଆମ୍ବୁଲାନ୍ସ କୁ ଜଣାଇଥିଲେ ।WhatsApp Image 2022 11 15 at 18.17.03 ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି

ଘଟଣା ସ୍ଥଳରେ ସଂଘ୍ୟ ହିନ ଓ ମୂର୍ମୁସ ଅବସ୍ଥାରେ ପଡ଼ି ରହିଥିବା ଝିଅ (ବୟସ ୪୫) ମାୟା ପାଣିଗ୍ରାହୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ନେଇଁ ଡାକ୍ତର ନିହା ରଞ୍ଜନ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତରଣ କରିଛନ୍ତି । ଏ ସମ୍ପର୍କରେ ଗୁଡ଼ାରୀ ଥାନାରେ ଏକ ମକଦ୍ଦମା ଖବର ପ୍ରସ୍ତୁତ କୌଣସି ମକଦ୍ଦମା ରଜ୍ଜୁ ହେଈନାହିଁ ପୋଲିସର ତଦନ୍ତ ଜାରି ରହିଛି ।

Popular Articles