ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୫/୧୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅଧୀନ ସାନହୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନିଡି ଗ୍ରାମର ଏକ କପା ବାଡ ମଧ୍ୟରୁ ଗ୍ରାମ ବାସୀ ପୁଲିସ ପ୍ରଶାସନ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି ।
ଜୀବନ୍ତ ଯୁବତୀକୁ ଉଦ୍ଧାର କରାଯାଇଛି । ପ୍ରକାଶ ଥାଉକି କିନିଡି ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ଝିଅ ଶ୍ରୀମତୀ ଜଗମାୟା ପାଣିଗ୍ରାହୀ ଗତ କାଲି ସନ୍ଧ୍ୟାରେ ଧାନ ବିଲକୁ ପାଣି ମଡେଇବାକୁ ଯାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଫେରି ନଥିଲା । ଫଳରେ ପରିବାର ଲୋକେ ମାୟାର ଖବର ନେଇଁ ବହୁ ଖୁଜା ଖୁଜି କରିବା ପରେ ଆଜି ପୂର୍ବାହ୍ନ ୦୯ ଟା ବେଳେ ଗାଁ ନିକଟ ଏକ କପା ବାଡ ମଧ୍ୟରେ ଅଖାରେ ବନ୍ଧା ହୋଇ ପଡିରହିଥିବା ଦେଖିଥିଲେ । ଏହା ପରେ ସ୍ଥାନୀୟ ଜନସାଧାରଣ, ସରପଞ୍ଚ ଶ୍ରୀଯୁକ୍ତ ସମ୍ବରା ଶବର, ନାୟବ ସରପଞ୍ଚ, ଥାନା ଓ ୧୦୮ ଆମ୍ବୁଲାନ୍ସ କୁ ଜଣାଇଥିଲେ ।
ଘଟଣା ସ୍ଥଳରେ ସଂଘ୍ୟ ହିନ ଓ ମୂର୍ମୁସ ଅବସ୍ଥାରେ ପଡ଼ି ରହିଥିବା ଝିଅ (ବୟସ ୪୫) ମାୟା ପାଣିଗ୍ରାହୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ନେଇଁ ଡାକ୍ତର ନିହା ରଞ୍ଜନ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତରଣ କରିଛନ୍ତି । ଏ ସମ୍ପର୍କରେ ଗୁଡ଼ାରୀ ଥାନାରେ ଏକ ମକଦ୍ଦମା ଖବର ପ୍ରସ୍ତୁତ କୌଣସି ମକଦ୍ଦମା ରଜ୍ଜୁ ହେଈନାହିଁ ପୋଲିସର ତଦନ୍ତ ଜାରି ରହିଛି ।