Friday, March 29, 2024

Top 5 This Week

Related Posts

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୧) : ଆଜି ଦିନ ଦିବା ୧୧ ଘଟିକା ସମୟରେ ଜେ. ଡି. ହାଇସ୍କୁଲ ପରିସରରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜୁନିଅର ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଆର୍ଯ୍ୟ ନାରାୟଣ ଦେଓ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ -ପ୍ରଥମ, ମନୀଷା ରାଣୀ ପୁରୋହିତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ -ଦ୍ଵିତୀୟ, ଆରଚି ଚିନ୍ମୟୀ ପ୍ରଧାନ, ସେଣ୍ଟ ଜାଭିୟର ସ୍କୁଲ -ତୃତୀୟ, ଜୁନିୟର ସ୍ତରୀୟ ଇଂରାଜୀ ବକ୍ତୃତା ରେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରୟାସ ପ୍ରତୀକ ପାଣିଗ୍ରାହୀ -ପ୍ରଥମ, ସଂତୃପ୍ତି ସାହୁ -ଦ୍ଵିତୀୟ, ସଂଜିତା ସାହୁ -ତୃତୀୟ ଏବଂ ସିନିୟର ସ୍ତରୀୟ (ମହାବିଦ୍ୟାଳୟ) ବକ୍ତୃତା ପ୍ରତିଯୋଗିତା ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଏଲ. ରାହୁଲ ରାଓ -ପ୍ରଥମ, ବର୍ଷାରାଣୀ ମେହେର -ଦ୍ଵିତୀୟ, ଶ୍ରଦ୍ଧାଞ୍ଜଳି ସାହୁ -ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରେସ୍ ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ (ଜିଲ୍ଲା ପାଠଗାର ) ଠାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ l ଏହି ପ୍ରତିଯୋଗିତା ରେ ୩୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ବିଚାରକ ଭାବରେ ସାହିତ୍ୟିକ ରମେଶ ପ୍ରସାଦ ମେହେର, ପ୍ରଧାନଶିକ୍ଷକ, ଟୁଟୁସିଂଘା ଉଚ୍ଚ ବିଦ୍ୟାଳୟ ଶ୍ରୀଯୁକ୍ତ ରାଧା ମୋହନ ମାହାଣl, ସାହିତ୍ୟିକ ନୀଳ ଲୋହିତ ମହାପାତ୍ର, ପ୍ରଧାନଶିକ୍ଷକ, ୟୁ. ପି ସ୍କୁଲ, ଖଲିଆବଗିଚା ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନୀ ଏବଂ ଅକ୍ଷୟ ମହାକୁଡ଼ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Popular Articles