ସରକାରୀ ଯୋଜନାରୁ ବଞ୍ଚିତ ୮୦ବାର୍ଷିୟ ପୂର୍ବତନ ୱାର୍ଡ ମେମ୍ବର ଦମ୍ପତି, ସାଧାରଣ ଲୋକ କଥା ପଛରେ କିଏ?

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୧୮/୧୦): ରାଜ୍ୟ ସରକାର ନିଜର ଶାସନକୁ ସୁଦୃଢ କରିବା ପାଇଁ ବିଭିନ୍ନ ଜନହିତାଧିକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇବା ସହ ଏହାର ତଦାରଖ ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି | କିନ୍ତୁ ବିଭାଗୀୟ ତଳ ସ୍ତରୀୟ ଅଧିକାରୀଙ୍କ ଅବହେଳା ମନବୃତି ଲାଗି ଅନେକ ଗରିବ, ଅସହାୟ, ସାଧାରଣ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି, ଏହିପରି ଏକ ଦୃଶ୍ୟ ବୈପାରୀଗୁଡା ବ୍ଲକ କେନ୍ଦୁଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁର୍କାଗୁଡା ଗ୍ରାମରେ ଦେଖିବାକୁ ମିଳିଛି |

ଡୁର୍କାଗୁଡା ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ସଦା ନାୟକ ଓ ତାଙ୍କ ସ୍ତ୍ରୀଙ୍କ ଜନକି ନାୟକଙ୍କ ବୟସ ୮୦ବର୍ଷକୁ ଛୁଇଁଲା କିନ୍ତୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଏହି ଅସହାୟ ବୃଦ୍ଧବୃଦ୍ଧା ଦମ୍ପତିଙ୍କୁ ମିଳିଲା ନାହିଁ | ପୁଣି ସେମାନଙ୍କ ସରକାରୀ ବର୍ଦ୍ଧକ୍ୟ ଭତ୍ତା ସହ ରାସନ କାର୍ଡ ନ ଥିବା ଯୋଗୁଁ ସରକାରୀ ଚାଉଳ ପାଇବାରୁ ବଞ୍ଚିତ ଥିବା ଜଣାପଡିଛି | ସେହିପରି ଉକ୍ତ ଗ୍ରାମର ଅନ୍ୟ ଦୁଇ ବୃଦ୍ଧା ଦଉନା ବାରିକ ଓ ବୁଦାଇ ହରିଜନ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଜଣାପଡିଛି | ଏମାନଙ୍କ କହିବା ଅନୁସାରେ ଭତ୍ତା ଖଣ୍ଡେ ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଅଫିସ୍ ପ୍ରର୍ଯ୍ୟନ୍ତ ଦୌଡି ଅନେକ ଥର ଆବେଦନ କରିଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳିଲା ନାହିଁ |

ଗ୍ରାମରେ ଅନେକ ବୃଦ୍ଧବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାବେଳେ ସରକାରଙ୍କ ଏହି ଜନହିତକର ଯୋଜନା ପ୍ରତି ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଥିବା ବେଳେ କେତେକ କ୍ଷେତ୍ରରେ ଚଞ୍ଚକତା କରି ବୟସକୁ ବଢାଇ ଯୋଜନାରେ ଲୋକଙ୍କୁ ସାମିଲ କରାଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ସ୍ୱଚ୍ଚଳ ବର୍ଗର ବ୍ୟକ୍ତି ଯୋଜନାରେ ସାମିଲ ହୋଇ ସହାୟତା ନେଉଛନ୍ତି | ଅପର ପକ୍ଷରେ ଏଭଲି ଚଞ୍ଚକତା ଯୋଗୁଁ ପ୍ରକୃତ ହିତାଧିକାରୀ ଅତ୍ୟନ୍ତ ଦୟନିୟ ଓ ଜରାଜିର୍ଣ୍ଣ ଅବସ୍ଥାରେ ଥାଇ ମଧ୍ୟ ଯୋଜନାରେ ସାମିଲ ହୋଇପାରୁ ନାହାଁନ୍ତି | ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ଅସହାୟ ଦମ୍ପତିଙ୍କ ସହ ଦୁଇ ବୃଦ୍ଧାଙ୍କୁ ସରକାରୀ ଭତ୍ତା ଯୋଗଇ ଦେବାପାଇଁ ସାଧାରଣରେ ଦାବି ହେଉଛି |

Comments are closed.