Tuesday, March 19, 2024

Top 5 This Week

Related Posts

ଚଳିତ ଖରିଫ ଧାନ କ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୫/୧୧) : ଚଳିତ ଖରିଫ ଧାନକ୍ରୟ ୨୦୨୨ -୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି ।WhatsApp Image 2022 11 15 at 12.24.17 1 ଚଳିତ ଖରିଫ ଧାନ କ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ

ଚଳିତ ଖରିଫ ଧାନ କ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ । ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱଣେ ପରାମର୍ଶ ଦେଇଛନ୍ତି l ଗତ ତା ୭/ ୧୧ /୨୨ରେ ଏ ସମ୍ପର୍କିତ ଏକ ବୈଠକ ରେ ଜିଲ୍ଲାପାଳ ପ୍ରତ୍ୟେକ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ସଭ୍ୟ/ସଭ୍ୟା ମାନଙ୍କୁ ଧାନ ର ମାନ, ସହାୟକ ମୂଲ୍ୟ ଓ କମିଟିର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାକୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଖରିଫ ଧାନ କ୍ରୟ ୨୦୨୨ – ୨୩ ଆରମ୍ଭ ହେବା ପୂର୍ବରୁ ଆସନ୍ତା ୩୦/୧୧/୨୨ସୁଦ୍ଧା ସମସ୍ତ ରାଇସ ମିଲ ଚାଉଳ ଦେୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମିଲ ଗୁଡିକୁ ପରିଦର୍ଶନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସଂପ୍ରତି ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକର ବୈଠକ ଆହୁତ ହୋଇ ସଭ୍ୟ/ସଭ୍ୟା ମାନଙ୍କୁ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଯାଉଛି ।

ଏହି କ୍ରମରେ ଜିଲ୍ଲାପାଳ ନିଜେ ହିଲୁଙ୍ଗ ଓ ଉଫୁଲା ସୋସାଇଟି ପରିଦର୍ଶନ କରି ଏ ବିଷୟରେ ଆଲୋଚନା କରିଥିଲେ । ଖରିଫ ଧାନ କ୍ରୟ ୨୦୨୨- ୨୩ ବର୍ଷ ରେ ଭାଗ ନେବା ପାଇଁ ପ୍ରତ୍ୟେକ ମିଲର ୩୦/୧୧/୨୦୨୨ତାରିଖ ସୁଦ୍ଧା ପୂର୍ବ ବର୍ଷ ର ସମସ୍ତ ଚାଉଳ ପ୍ରଦାନ କରିବା ବିଧେୟ ଅଟେ । ଏଣୁ ଏ ସମ୍ବନ୍ଧରେ ତତ୍ପର ହେବା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀ, ମିଲର ଓ ଉଚ୍ଚ ସ୍ତରୀୟ ଜିଲ୍ଲା ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

Popular Articles