ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ

0
96
ହଠାତ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୧୧) : ହଠାତ୍ ଭୁଶୁଡିଗଲା ପଥର ଖଣି । ମାଟି ତଳେ ଦବି ଗଲେ ୧୨ ଶ୍ରମିକ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ । ମିଜୋରାମରେ ସୋମବାର ଏଭଳି କିଛି ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନ ପ୍ରାୟ ୩ ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି । ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ କରୁଥିଲେ । ଏତିକି ବେଳେ ପଥର ଖଣିର କିଛି ଅଂଶ ଭୁଶୁଡିବାକୁ ଲାଗିଥିଲା । ଫଳରେ ପଥର ଓ ମାଟି ଅତଡା ତଳେ ୧୨ ଜଣ ଶ୍ରମିକ ଦବି ଯାଇଥିବା କୁହାଯାଉଛି । ଶ୍ରମିକଙ୍କ ସମେତ ଖନନ କାର୍ଯ୍ୟରେ ବ୍ୟବହାର ହୋଇଥିବା ଅନେକ ମେସିନ୍ ମଧ୍ୟ ଦବି ଯାଇଛି ।

ଖବର ପାଇ ଏସ୍‌ଡିଆର୍‌ଏଫ୍‌, ବିଏସ୍‌ଏଫ୍ ଓ ଆସାମ ରାଇଫଲସ୍‌ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । କିଛି ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମାଟି ତଳୁ ମିଳିଥିବା କୁହାଯାଉଛି । ଏବେବି ଆଉ ୪ ଜଣ ଶ୍ରମିକ ନିଖୋଜ ଅଛନ୍ତି । ଯୁଦ୍ଧ କାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଏଠାରେ କାମ କରୁଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି ।