Advertisements
Monday, July 6, 2020
Home District News ଜୈବିକ ପଦ୍ଧତି ଓ ଜ୍ଞାନକୌଶଳର ଧାନ ଚାଷ କ୍ଷେତ୍ର ପରିଦର୍ଶନ

ଜୈବିକ ପଦ୍ଧତି ଓ ଜ୍ଞାନକୌଶଳର ଧାନ ଚାଷ କ୍ଷେତ୍ର ପରିଦର୍ଶନ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୧୮/୧୦): ରାଜବୋରା ସମ୍ବର ବ୍ଲକ ଅନ୍ତର୍ଗତ କନସିଂଘା ପଂଚାୟତ ସ୍ଥିତ ସାରସମାଲ ଗ୍ରାମରେ ଆଜି ଝାରସୁଗୁଡ଼ା ଜିଲ୍ଲା କୃଷିବିଭାଗ ତରଫରୁ ବିଭାଗୀୟ ଅଧିକାରୀ ଏବଂ ସେହି ଅଞ୍ଚଳର କେତେକ ସଫଳ ଚାଷୀ ସାରସମାଲ ଗ୍ରାମକୁ ଜୈବିକ ଚାଷର ସଫଳତା ଉପରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିଲେ ।

ସାରସମାଲରେ ଥିବା ବିମଲ କୃଷକ ଉତ୍ପାଦକ ସଂଘର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ତ୍ରିରଙ୍ଗା ଯୁବକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ବ୍ୟାସଦେବ ବାରିକ ଏବଂ ଏହି ଜୈବିକ ଚାଷ ଉତ୍ପାଦନରେ ଏମାନଙ୍କୁ ସାହାଯ୍ୟ କରିଥିବା ଚାଷୀ ବୃନ୍ଦଙ୍କ ସହ ଆଲୋଚନା କରି ପାଖାପାଖି ୭୫ପ୍ରକାରର ଧାନ ଚାଷ ବିନା ରସାୟନ ପଦାର୍ଥ ଦ୍ୱାରା ସଫଳତାରେ କିପରି ଉତ୍ପାଦନ କରାଯିବ ସେ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବିଷୟରେ ଆଲୋଚନା କରି ସାରିଲା ପରେ ଝାରସୁଗୁଡାରୁ ଆସିଥିବା କୃଷକ ଓ ଅଧିକାରୀ ବୃନ୍ଦଙ୍କ ସହିତ ସାରସମାଲର ଚାଷୀ ସଂଘ ସମସ୍ତେ ଚାଷ ହୋଇଥିବା ବିଲକୁ ପରିଦର୍ଶନ କରି ତଦାରଖ କରିଥିଲେ । ଏବଂ କିପରି ଭାବରେ ବିନା ରସାୟନ ପଦାର୍ଥ ଦେଇ କିପରି ଅଳ୍ପ ଖର୍ଚ୍ଚରେ ସଫଳତାର ସହିତ ଏହି ଚାଷ କରାଯାଇପାରିବ ସେ ନେଇ ବିମଲ କୃଷକ ଉତ୍ପାଦକ ସଂଘ ଚାଷୀ ବୃନ୍ଦଙ୍କ ଠାରୁ ଉପଦେଶ ନେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: