ବର୍ଷେ ହେଲା ଛତାପଦରର ପୋଲ ଅଧାପନ୍ତରିଆ ହୋଇରହିଥିବା ବେଳେ ଠିକାଦାରଙ୍କ ନିଦ ଭାଙ୍ଗୁନି

ରିପର୍ଟ-ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୧୮/୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିଙ୍ଗାରି ଗ୍ରାମ ପଞ୍ଚାୟତର ଛତାପଦର ନିକଟରେ ଏକ ବର୍ଷ ହେବାକୁ ଯାଉଛି ହେଲେ ପୋଲ କାମ ଅଧାପନ୍ତରିଆ ହୋଇରହିଛି । ରାଜନୈତିକ ନେତା କିମ୍ବା ସରକାରୀ ପ୍ରଶାସନ ଚୁପଥିବା ଶୁଣିବାକୁ ମିଳୁଥିବା ବେଳେ ପାଳକମଣ, ପାଦୁଲୁ ଗୁଡା ଓ ଟିଡି ମସ୍କା ଏହି ତିନି ଗୋଟି ଗ୍ରାମର ଲୋକମାନେ ଯାତାୟତରେ ଅସୁବିଧାରେ ସମୁଖିନ ହଉଥିବା ଦେଖିବାକୁ ମିଳିଛି ଯାହା ଫଳରେ ଗର୍ଭବତୀ ମହିଳା ଓ ଯେ କୌଣସି ପ୍ରକାର ରୋଗ ବେମାର ହେଲେ ହସ୍ପିଟାଲ ଓ ବଜାରକୁ ଆସିବା ପାଇଁ ମଧ୍ୟ ବାଧାପ୍ରାପ୍ତ ହୋଉଛି ବୋଲି ଅଭିଯୋଗ କରିଛନ୍ତି |

ଯଦି ବର୍ଷା ହୋଇଯିବ ଯେ କୌଣସି ଅସୁବିଧା ହେଲେ ମଧ୍ୟ ଆମ୍ଭେ କାହାରିକୁ ଯୋଗାଯୋଗ କରିପାରୁ ନାହୁଁ ବୋଲି ଏହି ତିନି ଗୋଟି ଗ୍ରାମର ଲୋକମାନେ କହିଛନ୍ତି ଯେ ଆଉ ଦୁଇ ତିନି ମାସ ଏହି ପୋଲ କାମକୁ ଅପେକ୍ଷା କରିବୁ ସେତିକି ଭିତରେ ନ ହୋଇପାରିବ ତେବେ ଆମ୍ଭେ ଏହି ତିନି ଗୋଟି ଗ୍ରାମର ଲୋକମାନେ ମିଶି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବୁ ଏବଂ ସେହି ପୋଲ କାମକୁ ବିରୋଧ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି | ସେତେବେଳକୁ ଆମ୍ଭେ କୌଣସି ରାଜନେତା କିମ୍ବା ସରକାରୀ କର୍ମଚାରୀଙ୍କ କଥାକୁ ଶୁଣିବାକୁ ଅସମର୍ଥ ହେବୁ ବୋଲି ସରକାରଙ୍କୁ ଦାବି କରୁଅଛୁ ବୋଲି ପାରସାଲି ଓ ସିଙ୍ଗାରି ପଞ୍ଚାୟତର କିଛି ଗ୍ରାମବାସୀ ଲୋକ ମାନେ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି ।

Comments are closed.