ନୃସିଂହନାଥ ଅଂଚଳରେ ଜିଓ ମୋବାଇଲ ଟାୱାର ପ୍ରତିଷ୍ଠା ନେଇ ଦାବି

ରିପୋର୍ଟ: ନିରୋଜ ପାଣି
ନୃସିଂହନାଥ(୧୭/୧୦): ପଶ୍ଚିମ ଓଡିଶାର ତୀର୍ଥ କ୍ଷେତ୍ର ରୂପେ ନୃସିଂହନାଥ ସୁପରିଚିତ । ପ୍ରତ୍ୟହ ଏହି ପୀଠରେ ସମଗ୍ର ପଶ୍ଚିମ ଓଡିଶା ଓ ପଡୋଶୀ ରାଜ୍ୟ ଛତିଶଗଡରୁ ମହାପ୍ରଭୁ ନୃସିଂହଙ୍କ ଦର୍ଶନ ତଥା ଅସ୍ଥି ପ୍ରବାହ, ପିଣ୍ଡ ଦାନ କରିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ ।

ଏହି ପୀଠ ଅନ୍ତର୍ଗତ ପାଇକମାଳ ବ୍ଳକରେ ଅନେକ କ୍ଷୁଦ୍ର ଗ୍ରାମ, ଥାନା, ତହସିଲ, ରାଜସ୍ବ ନୀରିକ୍ଷକ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଅବସ୍ଥିତ । ତାସହିତ ବ୍ୟବସାୟ ପାଇଁ ଜନସାଧାରଣ ଙ୍କ ଆଗମନ ମଧ୍ୟ ହୋଇଥାଏ । ଫଳରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସବୁବେଳେ ମୋବାଇଲ ସେବା ଆବଶ୍ୟକ । ବର୍ତ୍ତମାନ ଧରଜଗଡ ଗ୍ରାମରେ ବିଏସ ଏନ ଏଲ ଓ ଏୟାରଟେଲ କମ୍ପାନୀର ଟାୱର ଉପଲବ୍ଧ ଅଛି । କିନ୍ତୁ ବିଗତ ଦିନରେ ଏହି କମ୍ପାନୀର ସେବା ଠିକ୍ ରହୁ ନ ଥିବାରୁ ଜନସାଧାରଣ ନାହିଁ ନ ଥିବା ହଇରାଣ ହେଉଥିବାର ଅଭିଯୋଗ ହେଉଛି । ତା ସହିତ ଏ ଦିଗରେ କର୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବା ସହିତ ଜିଓ ମୋବାଇଲ ଟାୱର ପ୍ରତିଷ୍ଠା ପାଇଁ ମଧ୍ୟ ଜନସାଧାରଣଙ୍କ ତୀବ୍ର ଦାବୀ ହେଉଛି ।

Comments are closed.