ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁଦିବସ ପାଳିତ

0
201
ରାୟଗଡ଼ା ଜିଲ୍ଲା ଆଇନ ସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୧୧) : ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୋମବାର ରାୟଗଡ଼ା ସ୍ଥିତ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି ।

ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ ପାଳିତ ହୋଇଛି । ଏଥିରେ ସମ୍ପାଦିକା ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟା ପ୍ରତିମା ପାଣିଗ୍ରାହୀ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ତଥା ଓକିଲ ପ୍ରଣତି ପାତ୍ର ଓ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପଣ୍ଡିତ ଜବହାର ଲାଲ ନେହେରୁଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ପିଲାଙ୍କୁ ଶିଶୁ ସୁରକ୍ଷା ଆଇନ, ଶିଶୁ ମାନଙ୍କୁ ଆଇନଗତ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ ବ୍ୟବସ୍ଥା ବିଷୟରେ ଜଷ୍ଟିସ ନିବେଦିତା ପଣ୍ଡା ପିଲାଙ୍କୁ ଅବଗତ କରିବା ସହ ସୁନ୍ଦର ଚରିତ୍ର ଓ ଭବିଷ୍ୟତ ଗଠନ ଦିଗରେ ପିଲାଙ୍କୁ ଉତ୍ସାହିତ କରିଥିଲେ ।

ଶ୍ରୀମତୀ ପ୍ରତିମା ପାଣିଗ୍ରାହୀ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କାର୍ଯ୍ୟ ସହ ଅନାଥ, ଶୋଷିତ, ନିଷ୍ପେସିତ ଶିଶୁଙ୍କ ନିମନ୍ତେ ଆଇନଗତ ସହାୟତା ବିଷୟରେ ଆଲୋଚନା କରିଥିଲେ । ଓକିଲ ପ୍ରଣତି ପାତ୍ର ନିଜ ବକ୍ତବ୍ୟରେ ସରଳ ଶିଶୁ କାହିଁକି ଅପରାଧ କରେ, ଶିଶୁ ଅପରାଧୀଙ୍କ ମାନସିକ ପରିବର୍ତ୍ତନ ସହ ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ବଣ୍ଟନ କରିଥିଲେ ।

ଶିକ୍ଷକ ନୀଳାଞ୍ଚଳ ମିଶ୍ର ବୈଠକ ପରିଚାଳନା କରିଥିଲେ । ଶିଶୁ ଦିବସ ମହୋତ୍ସବରେ ବି ଆର୍ ସି ସି ବଳରାମ ହୂଇକା, ଏ ବି ଇ ଓ ଛବିଲାଲ ସିଂ, ସି ଆର ସି ସି ପ୍ରଶାନ୍ତି ସାହୁ ଓ ଶିକ୍ଷକ ସଞ୍ଜୟ ଉଳାକା ଅତିଥି ରୂପେ ଯୋଗଦେଇ ବୈଠକରେ ଶିଶୁ ଦିବସ ଅବସରରେ ନିଜ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର କର୍ମକର୍ତ୍ତା ବାସନ୍ତୀ ମିଶ୍ର, ରାଜେଶ ସିଂ, ସବିତା ପ୍ରଧାନ, ଦିପ୍ତିଲତା ପଣ୍ଡା, ମଧୁସ୍ମିତା ତ୍ରିପାଠୀ, ମାଳତୀ ମହାନ୍ତି, ମନୋରମା ସାହୁ, ନମିତା ମାଝୀ, ସୋନାଲିସା ସାମଲ ଓ ପ୍ରଭାତ ସେନାପତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଜନକ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।