ଡିସେମ୍ବର ୨୨ରେ ଜାମସେଠ ହାଇସ୍କୁଲର ରୌପ୍ୟ ଜୟନ୍ତୀ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୭/୧୦): ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବର୍ଷ ହାଇସ୍କୁଲ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଇଁ ଆଲୋଚନା ହୋଇଥିଲା । ଏଥିରେ ହାଇସ୍କୁଲ ପୁରାତନ ଛାତ୍ର, କମିଟି ସଦସ୍ୟ ଓ ବୁଦ୍ଧିଜୀବି ଅଂଶଗ୍ରହଣ କରି ମତବ୍ୟକ୍ତ ରଖିଥିଲେ । ଏଥିରେ ଏକ କମିଟି ଗଠନ କରି ସଭାପତି ନରୋତ୍ତମ ମାଝୀ, ସମ୍ପାଦକ କ୍ଷିତିରାଜ ଗଏଁତା ଓ କୋଷାଧ୍ୟକ୍ଷ ଅଜିତ ପ୍ରଧାନଙ୍କୁ ଚୟନ କରାଯାଇଥିଲା । ଏହା ଆସନ୍ତା ଡ଼ିସେମ୍ବର ୨୨ରେ ସିଲଭର ଜୁବିଲି ହେବ ବୋଲି ନିଷ୍ପତି ନିଆଯାଇଛି । ଶେଷରେ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.