ଜୈବିକ କୃଷି ଓ ଶିଶୁ ଶିକ୍ଷା ଓ ମହିଳା ସଶକ୍ତି କରଣ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
260
ଜୈବିକ କୃଷି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୩/୧୧) : ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମଠାରେ ଆଜି ଜୈବିକ କୃଷି, ଶିଶୁ ଶିକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମଏସ ସ୍ୱାମୀନାଥନ ସ୍କୁଲ ଅଫ ୪ ଏଗ୍ରିକଲଚର ପାରଳାଖେମୁଣ୍ଡିର କୃଷି ବିଜ୍ଞାନର ଶେଷ ବର୍ଷର ଦୁଇଜଣ ଛାତ୍ରୀ ଅନ୍ତିମ ଯୋଷୀ ଓ ଆଲିସା ମିଶ୍ର ଏହି କର୍ମଶାଳାକୁ ଭାରତୀୟ କୃଷି ଗବେଷଣା ପରିଷଦ ପ୍ରାୟୋଜିତ ‘ରାୱେ’ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ କରିଥିଲେ । ବିଶ୍ୱବିଦ୍ୟାଳୟରେ ୩ ବର୍ଷର ଜୈବିକ କୃଷି ସଂପର୍କିତ ଶିକ୍ଷା ପରେ ଏଠାରେ ଉଭୟେ ସୁଧାମୟ ପଟେଲ ଓ ଦୟାମୟ ପଟେଲଙ୍କ ସମନ୍ୱିତ କୃଷି ଫାର୍ମରେ ୭ ସପ୍ତାହ ଧରି ଇଣ୍ଟର୍ଣ୍ଣସିପ କରିଥିଲେ ।

ଶେଷରେ ଆଜି ଶିକାବେହେଙ୍ଗାର ଚାଷୀଙ୍କୁ ନେଇ ଜୈବିକ ଚାଷ, ଶିଶୁଶିକ୍ଷା ଓ ମହିଳା ସଶକ୍ତିକରଣ ସମ୍ପର୍କିତ ସଚେତନତା କର୍ମଶାଳା କରିଥିଲେ । ଏଠାରେ ସୁଶ୍ରୀ ଯୋଷୀ ଓ ସୁଶ୍ରୀ ମିଶ୍ର ଜୀବମୃତ, ବୀଜାମୃତ, ମୃତ୍ତିକା ପରୀକ୍ଷା, ଜୀଆଖତ ପ୍ରସ୍ତୁତି, କଲମୀକରଣ, ଟ୍ରୀ ବଡିଂ, ଆଜୋଲା ଚାଷ, ରୋଗପୋକ ଓ କୀଟନାଶକର ନିରାପଦ ବ୍ୟବହାର, ବିହନ ବିଷୋଧନ ନେଇ ସଚେତନତା କରିବା ସହିତ ଚାଷୀଙ୍କ ଶିଶୁ ମାନଙ୍କ ଶିକ୍ଷା ଓ ମହିଳାଙ୍କ ସଶକ୍ତିକରଣ ଉପରେ ସଚେତନ କରିଥିଲେ ।

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡିନ ଡ.ଏସ.ପି.ନନ୍ଦ, ରାୱେର ସହ ସଂଯୋଜକ ଡ.ଅଶୋକ କୁମାର ଏବଂ ଏସଏମଏସ ଗାଇଡ ଡ.ମୋନାଲିସା ସାହୁଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ଶସ୍ୟ, ଫଳ, ପନିପରିବା ପାଇଁ କୃଷକ ମାନେ ଅତ୍ୟଧିକ ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାର କରୁଥିବାରୁ ଆମ ଦେଶର ଲୋକଙ୍କୁ କ୍ୟାନସର ଭଳି ଅନେକ ଦୂରାରୋଗ୍ୟ ହେଉଛି । ତେଣୁ କୃଷକ ମାନେ ଜୈବିକ ଖତ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ଚାଷ କରିବାକୁ କର୍ମଶାଳାରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା ।

ଏହା ସହିତ କୃଷକଙ୍କ ପରିବାରର ଶିଶୁଙ୍କ ଶିକ୍ଷା ତଥା ମହିଳାଙ୍କୁ ସ୍ୱାବଳମ୍ବି ହେବା ବିଷୟରେ ତାଲିମ ଦିଆଯାଇଥିଲା । ଶିଶୁ ମାନଙ୍କୁ ପେନ, ପେନସିଲ ଓ ଖାତା ବଣ୍ଟନ କରାଯାଇଥିଲା । ଏହି କର୍ମଶାଳାରେ ଶିକାବେହେଙ୍ଗାର ଚାଷୀ ହନୁମାନ ଭୋଇ, ନାରାୟଣ ମହାକୁର, ଜୁଗେଶ୍ୱର ପଟେଲ, ଅଯୋଧ୍ୟା ପଟେଲ, ମହନ ପଟେଲ, ଦୁଃଖିଶ୍ୟାମ ପଟେଲ, ଲଲିତ ମୋହନ ପଟେଲ, ମିନା ପଟେଲ, ମନ୍ଦାକିନି ପଟେଲ, ସସ୍ମିତା ପଟେଲ, ସୁଜାତା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ଶିଶୁଶିକ୍ଷା କର୍ମଶାଳାରେ ସ୍ୱାଗତ ପଟେଲ, ଶାଶ୍ୱତ ପଟେଲ, ସୁନୀଳ ପଟେଲ, ରିତ୍ୱିକ ପଟେଲ, ରିତିମା ପଟେଲ, ଦେବାଶିଷ ପଟେଲ, ଶ୍ରୀଶା ପଟେଲ, ରୋଶନୀ ମହାକୁର, ଶିବାନୀ ପଟେଲ ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।