Advertisements
Tuesday, July 14, 2020
Home Cultural & Festival ରାୟଗଡାରେ ଗଜଲକ୍ଷ୍ମୀ ପୂଜା ପାଳିତ

ରାୟଗଡାରେ ଗଜଲକ୍ଷ୍ମୀ ପୂଜା ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୬/୧୦): ରାୟଗଡା ସହରରେ ନିୟୁ- କଲୋନୀ ସ୍ଥିତ ଗଜଲକ୍ଷ୍ମୀ ପୂଜା ବଡ଼ ଆଡ଼ମ୍ବର ସହିତ ପାଳନ କରାଯାଉଛି ବିଭିନ୍ନ ପ୍ରକାର ଦୋକାର ବଜାର ସାଙ୍ଗକୁ ଆକାଶ ଛୁଆଁ ମେଢ ମଣ୍ଡପ ସମସ୍ତଙ୍କୁ ଆକର୍ଷିତ କରୁଛି। ନାନା ପ୍ରକାର ଆଲୁଅରେ ସୁସଜ୍ଜିତ ହୋଇଅଛି ଏହି ଅଞ୍ଚଳ। ପିଲାଙ୍କ ପାଇଁ ମିନାବଜାର ଓ ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀ ଗୁଡାକ ନାନା ପ୍ରକାର ଘରୋଇ ଉପକୋରଣର ସୁନ୍ଦର ସୁନ୍ଦର ଜିନିଷ ବିକ୍ରୟ ହେଉଛି।

ପୁରୀ, କଟକ ଓ କେନ୍ଦ୍ରାପଡ଼ା ରୁ ସ୍ୱାଦିଷ୍ଟ ଖାଇବା ହୋଟେଲ ଗୁଡାକରେ ସନ୍ଧ୍ୟା ସମୟରେ ରେ ଭାରି ଭିଡ଼ ଦେଖିବାକୁ ମିଳୁଛି। ମହିଷାମର୍ଦ୍ଧିନୀ ମାଦୁର୍ଗାଙ୍କ ଧରାପୃଷ୍ଠରୁ ଶୁଭବିଦାୟ ପରେ ପରେ ଧାରାରେ ପଦାର୍ପଣ କରିଛନ୍ତି ସଂସାର ପଡ଼ି଼ଦାତ୍ରୀ ମା, ଗଜଲକ୍ଷ୍ମୀ l ଏହି ପରମ୍ପରା କୁ ବଜାୟ ରଖି ରାୟଗଡା ସହରରେ ମଧ୍ୟ ମା ଗଜଲକ୍ଷ୍ମୀ ଙ୍କୁ ସ୍ୱାଗତ କରାଯାଇଛି। ଚଳିତ ବର୍ଷ ଏହି ପୂଜା କମିଟି ୨୪ତମ ବର୍ଷ ରେ ପଦାର୍ପଣ କରିଛି। ୧୩ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା । ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟକ ଦିନ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି l ସେହି କ୍ରମରେ ଦ୍ଵିତୀୟ ସନ୍ଧ୍ୟାରେ ସ୍ଥାନୀୟ ସଂଗୀତ, ବାଦ୍ୟଯନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର “ମ୍ୟୁଜିକ ଗେଲେକ୍ସି” ତରଫରୁ କୁନି କୁନି କଳାକାର ଙ୍କୁ ନେଇ ଏକ ଭଜନ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଯାଇଛି l କୁନି କୁନି ପିଲାମାନେ ଶ୍ରୀଜଗନ୍ନାଥ ଙ୍କ ବିଭିନ୍ନ ଜଣାଣ ଓ ଭଜନ କୁନି କୁନି କଣ୍ଠରେ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ l ଏହି କିଛିସମୟ ପାଇଁ ପରିବେଶ ଟି ଭକ୍ତି ମୟ ହୋଇଯାଇଥିଲା l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: