Thursday, March 28, 2024

Top 5 This Week

Related Posts

ଓଡ଼ିଶା ଆଦିବାସୀ ମଞ୍ଚ ରାଷ୍ଟ୍ରପତିଙ୍କୁ ଭେଟି ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ବିଷୟ ଜଣାଇଲା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୧୧) : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଞ୍ଚଳରେ ଶିଶୁ ଶିକ୍ଷା ଓ ଅଧିକାର ବିଷୟ ଆଧାରରେ ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ରହଣିର ଦ୍ଵିତୀୟ ଦିବସରେ ତାଙ୍କୁ ଭେଟିଛି ଓଡ଼ିଶା ଆଦିବାସୀ ମଞ୍ଚWhatsApp Image 2022 11 13 at 20.00.49 1 ଓଡ଼ିଶା ଆଦିବାସୀ ମଞ୍ଚ ରାଷ୍ଟ୍ରପତିଙ୍କୁ ଭେଟି ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ବିଷୟ ଜଣାଇଲା

ଓଡ଼ିଶା ଆଦିବାସୀ ମଞ୍ଚ ରାଷ୍ଟ୍ରପତିଙ୍କୁ ଭେଟି ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ବିଷୟ ଜଣାଇଲା । କୋରୋନା କାଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ୍ ରହିବା ଯୋଗୁଁ ବିଦ୍ୟାର୍ଥି ମାନଙ୍କ ପ୍ରଭୂତ କ୍ଷତି ହୋଇଛି । ଆଦିବାସୀ ଗାଁ ଗୁଡ଼ିକରେ ନେଟୱର୍କ ସମସ୍ୟା ଯୋଗୁଁ ଡିଜିଟାଲ ଶିକ୍ଷା ବ୍ୟାହତ ହୋଇଛି । ଏବେବି ବାଲ୍ୟ ବିବାହ ପ୍ରଥା ଚାଲୁ ରହିଛି । ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରାକ୍ ପ୍ରାଥମିକ ଶିକ୍ଷା ବା ଅଙ୍ଗନବାଡ଼ି ଓ ପ୍ରାଥମିକ ଶିକ୍ଷାରେ ଅନ୍ତର୍ଭୁକ୍ତ ଶିଶୁଗଣ । ଭିତ୍ତିଭୂମି ଓ ମାନବ ସମ୍ବଳର ଘୋର ସମସ୍ୟା ଅଛି ।

ଶିକ୍ଷଣ ସାମଗ୍ରୀ ଗୁଡିକ ଯଥା ସମୟରେ ପହଞ୍ଚି ପାରୁନି ବିଦ୍ୟାଳୟ ଗୁଡିକରେ । ଅର୍ଥାଭାବରୁ ହାଇସ୍କୁଲ୍ ପରେ ପିଲାଏ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା ନୀତି ଅନୁସାରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାଁ ଭାଁ ଚାଲୁଛି । ଉପରୋକ୍ତ ଓ ଆହୁରି ଅନେକ ସମସ୍ୟା ପରିପ୍ରେକ୍ଷୀରେ ଓ ଏକ ଢ଼ାଞ୍ଚା ଓ ନୀତିଗତ ପରିବର୍ତ୍ତନ ପାଇଁ ଲୋକ ପ୍ରତିନିଧି, ବିଶେଷ ଭାବରେ ବିଧାନସଭା ଓ ଲୋକସଭା ସଦସ୍ୟ ମାନଙ୍କର ଭୂମିକା ଅତି ଗୁରୁତ୍ତ୍ୱପୂର୍ଣ୍ଣ ମନେହୁଏ ।

ଏକ ସମ୍ବେଦନଶୀଳ ଶିଶୁ ଅଭିମୁଖି ନିୟମ ପ୍ରବର୍ତ୍ତନ ପାଇଁ ଲୋକସଭା ଓ ବିଧାନସଭା ସଦସ୍ୟ ମାନଙ୍କ ଏକ ସମୂହ ନିରନ୍ତର ଭାବେ ଏ ଦିଗରେ କାର୍ଯ୍ୟ କରିବାର ସମୟ ଉପନୀତ ବୋଲି କହିଛନ୍ତି ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ଶ୍ରୀମତୀ ବିଦୁଲତା ହୁଇକା । ଏ ଦିଗରେ ଓଡ଼ିଶାର ୧୫ ଟି ଜିଲ୍ଲାରେ କାର୍ଯ୍ୟରତ ଥିବା ମଞ୍ଚ ଓ ଏହା ସହିତ ଜଡ଼ିତ ଥିବା ସାମାଜିକ ସଙ୍ଗଠନ ଗୁଡ଼ିକ ଆସନ୍ତା ଦିନରେ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଦିଲ୍ଲୀରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ଦିନରେ ଆଦିବାସୀ ମଞ୍ଚର ସଭ୍ୟ ମାନଙ୍କ ସହ ବିସ୍ତୃତ ଆଲୋଚନା କରିବାକୁ ଆଦିବାସୀ ମାନଙ୍କ ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଙ୍କୁ ଭେଟିଥିବା ମଞ୍ଚର ରାଜ୍ୟ ଉପଦେଷ୍ଟା ଡଃ ବାଦଲ କୁମାର ତା । ଡଃ ରବି ନାରାୟଣ ଦାସ, ଶ୍ରୀ ମଧୁସୂଦନ ଦାସ, ଡଃ ହେମେନ୍ଦ୍ର ରାଉତ, କୁମାରୀ ଲତିକା ହାଁସନ୍ଦା ଓ ଅନ୍ନପୂର୍ଣ୍ଣା ସିଂ ଆଦିବାସୀ ମଞ୍ଚ ପ୍ରତିନିଧି ଭାବେ ରାଷ୍ଟ୍ରପତିଙ୍କୁ ରାଜ ଭବନରେ ଭେଟି ଉପଢୌକନ ଦେଇ ସମ୍ମାନିତ କରିଥିଲେ ଡଃ ବାଦଲ କୁମାର ତା, ରାଜ୍ୟ ଉପଦେଷ୍ଟା, ଓଡ଼ିଶା ଆଦିବାସୀ ମଞ୍ଚ ।

Popular Articles