ନକଲି ବିଡି କାରଖାନା ଠାବ,୧ଗିରଫ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର (୧୬.୧୦.୧୯): ପଦ୍ମପୁର ପୋଲିସ ନିଶା ବ୍ୟବସାୟୀଂକୁ ସାବାଡ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

ବିଶ୍ବସ୍ଥସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ମାନସ ରଂଜନ ପ୍ରଧାନ, ସବ୍ ଇନ୍ସପେକ୍ଟର ପି. ଡୁଂଗଡୁଂଗ, ଏ.ଏସ.ଆଇ ପବିତ୍ର ମୋହନ ବେହେରା ଓ କନଷ୍ଟବଲ କେ.ଏସ.ପାଣ୍ତେ, ଏନ୍.ପାଂଗୀ ବରିକେଲ ଗ୍ରାମ ପଂଚାୟତ ସିଂହନପୁର ଗ୍ରାମର ରୁଦ୍ର ମେହେର ଘର ଉପରେ ଚଢାଉକରି ନକଲି ବିଡି କାରଖାନା ଠାବ କରିଥିଲେ । ସେଠାରେ ଅଭିଯୁକ୍ତକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲେ । ବିଡି ତିଆରି କଂଚାମାଳ,୧୪୮ ପୁଡା ବିଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ବିଡି ପୁଡାରେ ଅମୋଲ, ମନ୍ଦୀର, ଗୋପାଳ, ଅଶୋକ, ମେଘନା ଆଦି ନାମୀଦାମୀ କଂପାନୀର ଟ୍ରେଡ ମାର୍କ କଭରରେ ଚୋରା ବ୍ୟବସାୟ ଚାଲିଥିଲା । ପଦ୍ମପୁର ପୋଲିସ କେଶ ନଂ ୨୨୨ ତା.୧୪.୧୦.୧୯ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଧାରା ୪୬୮, ୪୬୯, ୪୭୧, ୪୨୦, ଆଇପିସି ୧୦୩, ୧୦୪, ୧୦୭ ଦି ଟ୍ରେଡ଼ ମାର୍କ ଏକଟ ୧୯୯୯ରେ ରୁଦ୍ର ମେହେରଂକୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.