Friday, March 29, 2024

Top 5 This Week

Related Posts

ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ତଥା ଅଧିକାର ସମ୍ପର୍କିତ ଶୋଭାଯାତ୍ରା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୩/୧୧) : ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ଜାତୀୟ ପ୍ରେସ୍ ଦିବସ ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ତଥା ଅଧିକାର ସମ୍ପର୍କିତ ଏକ ଶୋଭାଯାତ୍ରା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଜଣାପଡିଛି ।

ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ଓ.ଜେ.ୟୁ. ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ଏ ନେଇ ଓଡ଼ିଶା ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ପ୍ରେସ୍ ଦିବସ ଅବସରରେ ସାମ୍ବାଦିକଙ୍କ ଶୋଭାଯାତ୍ରାରେ କୋରାପୁଟ ଜିଲ୍ଲାରୁ କିପରି ଅଧିକରୁ ଅଧିକ ସଂଖ୍ୟାରେ ସାମ୍ବାଦିକ ଯୋଗଦାନ କରିପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଉପସ୍ଥିତ ସାମ୍ବାଦିକ ମାନଙ୍କ ମଧ୍ୟରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କେ ଶ୍ରୀନିବାସ ରାଓ, କୋରାପୁଟ ଜିଲ୍ଲା ସଭାପତି ଜୟସିଂ ପୋଡାସେଠୀ, ସାଧାରଣ ସମ୍ପାଦକ ହରିଶ କୁମାର ପଟ୍ଟନାୟକ, ଉପ ସଭାପତି ରବିଶଙ୍କର ମହାପାତ୍ର, ବୋରିଗୁମ୍ମା ଭୈରବ ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ଏସ୍.ସୁନ୍ଦରମ୍, ସହ ସମ୍ପାଦକ ସୁଦର୍ଶନ ପ୍ରଧାନ, ସୁନୀଲ କୁମାର ଷଡଙ୍ଗୀ, ରମେଶ ନାୟକ, କୃଷ୍ଣ ଚନ୍ଦ୍ର ଗୋଲରୀ, ଟି.ଗୋପାଳ ରାଓ, ଶୁଭ ନାରାୟଣ ମହାନ୍ତି, ବିକ୍ରାନ୍ତ କୁମାର ବେବର୍ତ୍ତା ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଏଥି ସହିତ ବୋରିଗୁମ୍ମା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଥିଲା ।

Popular Articles