ପନ୍ଦର ବର୍ଷ ହେଲା ମାଁ ଙ୍କ ମନ୍ଦିର ଅଧା ଖଣ୍ଡିଆ ହୋଇ ପୂଜା ପାଉଛନ୍ତି

0
397
ପନ୍ଦର ବର୍ଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କୋଲନରା ବ୍ଲକ ସୀମାନ୍ତରେ ଥିବା କାର୍ତ୍ତିକାଗୁଡା ଗ୍ରାମର ଦେବୀ ମାଁ ଙ୍କ ମନ୍ଦିର ଆଜକୁ ପନ୍ଦର ବର୍ଷ ଧରି ଅଧା ଖଣ୍ଡିଆ ଅବହେଳିତ ଅବସ୍ଥାରେ ପଡ଼ିଥିବା କାର୍ତ୍ତିକଗୁଡା ଗ୍ରାମବାସୀ ରମେଶ ଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ଟି ଆଦି ନାଇଡୁ, ପ୍ରମିଳା କୈବ୍ରତ, ରୁଆଇ ବିଡିକା ଓ ପେରିସିକା ପଅଁଳା ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବା କୁ ମିଳିଛି ।WhatsApp Image 2022 11 13 at 17.42.04 ପନ୍ଦର ବର୍ଷ ହେଲା ମାଁ ଙ୍କ ମନ୍ଦିର ଅଧା ଖଣ୍ଡିଆ ହୋଇ ପୂଜା ପାଉଛନ୍ତି

ଗ୍ରାମର ଆଖ ପାଖ ଅଞ୍ଚଳର ଏହି ଠାକୁରାଣୀ ଆଶା ଓ ବିଶ୍ୱାସର ପ୍ରତୀକ ଅଟନ୍ତି କିନ୍ତୁ ପନ୍ଦର ବର୍ଷ ହେଳା ଦେବୀ ମାଁ ଗୋଟିଏ ବର ଗଛର ତଳେ ଖରା ବର୍ଷା ରେ ଭିଜି ଭିଜି ପୂଜା ପାଇବା ଏକ ଦୁଃଖଦ ଘଟଣା କୁ ରାଜନୈତିକ ନେତା ପ୍ରଶାସନ କୁ ଗୁହାରି କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାଁନ୍ତି । ବିଶେଷତଃ ଦଶହରା ସମୟରେ ଏଠାରେ ବଡ଼ ଆଡମ୍ବର ସହ ଠାକୁରାଣୀ ପର୍ବ ପାଳନ କରାଯାଉଥିବା ବେଳେ ବହୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଭିଡ ଜମିଥାଏ ।

କିନ୍ତୁ ଏଠାରେ ଭକ୍ତ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିବାରୁ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ଏକ ବହୁ ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ଗ୍ରାମ ରୁ ମାତ୍ର ଏକ କିଲମିଟର ଦୂର ରେ ଇମ୍ପା କାରଖାନା ରହିଛି ଇମ୍ପା କାରଖାନା ପକ୍ଷ ରୁ କିମ୍ବା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା, ମନ୍ତ୍ରୀ ମାନଙ୍କର ଦୃଷ୍ଟି ନପଡିବା ଏହା ଏକ ପରିତାପର ବିଷୟ ବୋଲି ଚର୍ଚ୍ଚା ହେଉଛି ।

ଏଠାରେ ଭକ୍ତମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଆସିଲେ ପାନୀୟ ଜଳ ବୁନ୍ଦେ ପିଇବା ପାଇଁ ମଧ୍ୟ ହନ୍ତ ସନ୍ତ ହେଉଥିବା ଗ୍ରାମ ବାସୀ ଅଭିମନ୍ୟୁ ପାତ୍ର,କୁଲିସିକା ଲିଙ୍ଗା ଓ ଶ୍ରୀ ଭାସ ମଣ୍ଡଳ କହିଛନ୍ତି। ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଠାକୁରାଣୀ ମନ୍ଦିର କୁ ଆସି ଅ କଥନୀୟ ଅବସ୍ଥା ଭୋଗ କରୁଛନ୍ତି । ତେଣୁ ଅଧା ଖଣ୍ଡିଆ ମନ୍ଦିରକୁ ନିର୍ମାଣ କରିବା ସହିତ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଓ ଇମ୍ପାକାରଖାନା କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।