Advertisements
Tuesday, July 14, 2020
Home Development ମୁରିବାହାଲ ଟ୍ରାକ୍ଟର ମାଲିକ ସଙ୍ଘ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ

ମୁରିବାହାଲ ଟ୍ରାକ୍ଟର ମାଲିକ ସଙ୍ଘ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୧୬/୧୦): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଟ୍ରାକଟର ସଂଘ ପିକେଟିଂ କରି ସ୍କୁଲ କଲେଜ, ଦୁକାନ ବଜାର ବନ୍ଦ କରିଥିଲେ | ବନ୍ଦ ସମୟରେ ଆଂଶିକ ଖୋଲା ଥିବା ଦେଖିବାକୁ ମିଳିଥିଲା | ସଂଘ ତରଫରୁ ଜରୁରୀ ଆବଶ୍ୟକକୁ ବାଦ ଦେଇଥିଲେ |

ତହସିଲ କାର୍ଯ୍ୟାଳୟ ସାମନା ରାସ୍ତାରେ ଟେଣ୍ଟ ଗାଡି ଏକତ୍ରିତ ହୋଇ ନାରାବାଜି କରି ବ୍ଲକ, ବସ୍ତି, ଷ୍ଟେସନ ବୁଲି ପିକେଟିଂ କରି ଦୋକାନ ବଜାର ବନ୍ଦ କରି ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ଅମୃତଲାଲ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ଶ୍ରୀ ବେହେରା ଦାବିପତ୍ରକୁ ଗ୍ରହଣ କରି ସେ ଏହି ବିଷୟରେ ମୁ ଦେଖୁଛି ଆରଆଇ ମାନଙ୍କୁ ଫିଜିବିଲିଟି ରିପୋର୍ଟ ଦେବାପାଇଁ କହିବି ଆଉ ପଥର କୁଆରୀ ପାଇଁ ମୁରିବାହାଲ ବ୍ଲକରେ କେତେଜଣଙ୍କୁ ଦିଆଯାଇଥିବା ପ୍ରକାଶ କରିଥିବାବେଳେ ବାଲି ମଧ୍ୟ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସେଠି ସରି ଯାଇଥିବାରୁ ଅନ୍ୟ ସ୍ଥାନରେ ଥିଲେ ଅକ୍ସନ ମାଧ୍ୟମରେ ଦିଆଯିବ ବୋଲି କହିଥିଲେ |

ଟ୍ରାକ୍ଟର ସଂଘର ମାଲିକ ପକ୍ଷରୁ ଗତ ୦୩/୧୦/୨୦୧୯ରେ ଏକ ଦାବିପତ୍ର ଦେଇଥିଲେ କିନ୍ତୁ ଏତିକି କମ ସମୟରେ ଦେଇହେବା ସମ୍ଭପର ହେଲା ନାହିଁ ସେଥିପାଇଁ ସଂଘ ବନ୍ଦ ପାଳନ କରିଛି ମୁ ମୋର ଉଚ୍ଚ ଅଧିକାରଙ୍କୁ ଜଣାଇଦେଇଛି | ଟ୍ରାକଟର ସଂଘର ସଭାପତି ପୂର୍ଣ୍ଣ ମାଝୀ, ମୁରିବାହାଲ ବ୍ଲକରେ ଚଳକି, ଅଂତରଲା ୨ଟି ବାଲି ଘାଟ ଥିବା ଶ୍ରୀ ବେହେରାଙ୍କୁ ଜଣାଇଥିଲେ ଏବଂ ଯାହାକୁ ଅକ୍ସନରେ ଦେଲେ ମଧ୍ୟ ଆମର ଆପତ୍ତି ନାହିଁ, ଆମେ ଆରାମରେ ଟିକସ ଦେଇ ଆଣିପାରିବୁ ବୋଲି କହିଥିଲେ | ଯଦି ଆମର ଦାବିକୁ ନ ମାନିଲେ ସରକାର ଆମେ ୨୫ତାରିଖରେ ଗଣଧାରଣା କରିବାପାଇଁ ବାଧ୍ୟ ହେବୁ ବୋଲି କାହଁଥିଲେ |

ମୁରିବାହାଲ ଥାନା ପୁଲିସ ସୁରକ୍ଷ୍ୟା ଦୃଷ୍ଟିରୁ ଏକ ପ୍ଲାଟୁନ ପୁଲିସ ଉପସ୍ଥିତ ଥିଲେ ଏଥିରେ ଏସଆଇ ପଦ୍ମନାଭ ରାଉତ, ଏସଆଇ ସଂଯୁକ୍ତା ପଧାନ, ହାବିଲଦାର ସନ୍ତୋଷ କୁମାର ପଟେଲ, ପ୍ରମୋଦ କୁମାର ମିଶ୍ର, କରୁଣାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ଟ୍ରାକ୍ଟର ସଂଘର ସମ୍ପାଦକ ରାଜେଶ କୁମାର ହେର୍ଣ୍ଣା ,କୁବେର ମେହେର, ଲଳିତ ମୋହନ ହେର୍ଣ୍ଣା, ସୁରେଶ ମେହେର, ପିତାମ୍ବର କର୍ମୀ, ଗୁପ୍ତେ ଖରଶେଲ, ସଭ୍ୟ ସୁନା, ପର୍ଶୁ ପୁଟେଲ, ବିଦ୍ୟାଧର ସାହୁ, ପୂର୍ଣ୍ଣଚନ୍ଦ୍ର ନାଗ, ଗୋପାଳ ମହାକୁର, ବିଷ୍ଣୁ ପୁଟେଲ, ଗୁପ ନାଗ ପ୍ରମୁଖ ଦାବି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: