ବୁଡି ଯାଇଥିବା ବିଟେକ ଛାତ୍ରର ଶବ ଉଦ୍ଧାର

0
282
ବୁଡି ଯାଇଥିବା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୧୧) : ବୁଡି ଯାଇଥିବା ବିଟେକ ଛାତ୍ର ର ଶବ ଉଦ୍ଧାର । ଗତ କାଲି ସାଢେ ୧୦ ଟାରେ ଶୌଚ ପାଇଁ ଯାଇ ବଂଶଧରା ନଦୀରେ ଭାସି ଯାଇ ଗତ କାଲି ଠାରୁ ନିଖୋଜ ହୋଇଥିଲା ।WhatsApp Image 2022 11 13 at 14.12.44 ବୁଡି ଯାଇଥିବା ବିଟେକ ଛାତ୍ରର ଶବ ଉଦ୍ଧାର

ବୁଡି ଯାଇଥିବା ବିଟେକ ଛାତ୍ର କୁ ଅଗ୍ନିଶମ ଓ ପୋଲିସ ଗତ କାଲି ଖୋଜି ପାଇ ନଥିଲେ । ଆକାଶ ଜଣେ ବିଟେକ ଛାତ୍ର ଥିଲେ । ଆଜି ସକାଳୁ କିଛି ଲୋକ କାଶୀନଗର ସ୍ୱର୍ଗଦ୍ୱାର ଠାରେ ଶବ ଟି କୁ ଦେଖିବାକୁ ପାଇଥିଲେ । ଏହି ଖବର ପାଇ ଅଗ୍ନିଶମ ବିଭାଗ ଆଜି ଦ୍ଵିତୀୟ ଦିନ ତଳସୀ କରି ଶବ କୁ ଉଦ୍ଧାର କରିଥିଲେ । ପୋଲିସ ଶବ କୁ ବ୍ୟବଚ୍ଛେଦ କରି ପରିବାର ବର୍ଗ କୁ ହସ୍ତାନ୍ତର କରିଛି । ଏହି ଖବର କାଶୀନଗର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।