Thursday, October 1, 2020
Home Government News ମୁରିବାହାଲ ସାମ୍ବାଦିକ ସଙ୍ଘ ରାସ୍ତାମତିକଲେ

ମୁରିବାହାଲ ସାମ୍ବାଦିକ ସଙ୍ଘ ରାସ୍ତାମତିକଲେ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୧୬/୧୦): ବଲାଙ୍ଗୀର ଜିଲା ମୁରିବାହାଲ ସାମ୍ବାଦିକ ସଙ୍ଘ ତରଫରୁ ରାସ୍ତା ମରାମତି କରାଯାଇଅଛି | ମୁରିବାହାଲ ଗ୍ରାମ ଭିତରେ ଥିବା ଅନେକ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି | ମୁରିବାହାଲ ଗ୍ରାମରେ ଥିବା ହାଟପଦା ପଡା, ବ୍ଲକ ପଡା, ବସ୍ତି ଏବଂ ଷ୍ଟେସନ ପଡାକୁ ଯୋଡ଼ୁଥିବା ରାସ୍ତା ମାନଙ୍କ ଅବସ୍ଥା କହିଲେ ନ ସରେ |

ଏହି ରାସ୍ତା ମାନଙ୍କରେ ଦୈନନ୍ଦିନ ପ୍ରଶାସନିକ ଅଧିକାରୀ ମାନେ ନିଜ ନିଜ ଅଫିସକୁ ଯାଆନ୍ତି କିନ୍ତୁ କାହାରି ନଜର ଏହି ସବୁ ରାସ୍ତା ଉପରେ ପଡେ ନାହିଁ | ସେହି ରାସ୍ତା ମଧ୍ୟରୁ ଏକ ରାସ୍ତା ଏମିତି ମଧ୍ୟ ଅଛି ଯୋଉ ରାସ୍ତାଟି ମୁରିବାହାଲ ବସ୍ତି, ଷ୍ଟେସନ ଏବଂ ବ୍ଲକକୁ ଯୋଡିଥାଏ | ଏହି ରାସ୍ତା ଦେଇ ଦୈନଦିନ ସହ ସହ ଗାଡି ମୋଟର ଯିବା ଆସିବା କରିଥାନ୍ତି ଏବଂ ମୁରିବାହାଲ ଭୂତଳ ପୋଲ ପାଖରେ ଯାଉଥିବା ଏହି ରାସ୍ତାରେ ଅନେକ ଜାଗାରେ ବଡ ଗାତ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଗାଡି ଚାଳକ ମାନେ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେଉଥିଲେ | ଏହି ରାସ୍ତାଟି ରେଳ ବିଭାର ଅଧିନସ୍ଥ ଜାଗାରେ ହୋଇଥିବାରୁ ନା ରେଲ ବିଭାଗ କିମ୍ବା ପଞ୍ଚାୟତରେ ଅଭିଯୋଗ କଲେ ମଧ୍ୟ କେହି ଶୁଣିଲେ ନାହିଁ | ଏହି ପରିସ୍ଥିତିରେ ଶେଷରେ ମୁରିବାହାଲ ସାମ୍ବାଦିକ ସଙ୍ଘ ତରଫରୁ ନିଜ ପାଣ୍ଠିରୁ ପଇସା ଖର୍ଚ୍ଚ କରି ଏହି ରାସ୍ତାର କେତୋଟି ସ୍ଥାନରେ ରାସ୍ତା ମରାମତି କରାଯାଇଅଛି | ଏଥିରେ ଟ୍ରାକଟର, ଉଆଟର ଟେଙ୍କର, ମିକ୍ସଚର ମେସିନ,ମିସ୍ତ୍ରୀ ,ଲେବର ମିଶି ରାସ୍ତାକୁ ତିଆରି କରାଯାଇଥିଲା | ଏହି ସମାଜ କଲ୍ୟାଣ କାର୍ଯ୍ୟରେ ସାମ୍ବାଦିକ ସଙ୍ଘ ସଭାପତି ଭଗବାନ ମହାନ୍ତି, ଉପଦେଷ୍ଟା ଶ୍ରୀବତ୍ସ ବେହେରା ,ଉପସଭାପତି ବନବିହାରୀ ଯୋଶୀ, ସହ ସମ୍ପାଦକ ସୁବ୍ରତ କୁମାର ମହାକୁର, ଉପସଭାପତି ନିମାଇଁ ଚରଣ ବଘାର ପ୍ରମୁଖ ଉପସ୍ଥିତ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: