Friday, March 29, 2024

Top 5 This Week

Related Posts

ରାୟଗଡ଼ା ଆପ୍ ମହିଳା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୩/୧୧) : ରାୟଗଡ଼ା ଆପ୍ ମହିଳା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନିୟ ହୋଟେଲ ତେଜସ୍ୱୀ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 13 at 12.59.49 1 ରାୟଗଡ଼ା ଆପ୍ ମହିଳା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଜନ୍ମେଜୟ ସ୍ୱାଇଁ (ରାଜ୍ୟ ସମ୍ପାଦକ ତଥା ମୁଖପାତ୍ର, ଓଡ଼ିଶା ଏବଂ ଜିଲ୍ଲା ଆବାହକ ରାୟଗଡ଼ା) ଓ ସମ୍ମାନିୟ ଅଥିତି ବିଶିଷ୍ଟ ସମାଜସେବିକା ଶ୍ରୀମତୀ ବିଦୁଲିତା ହୁଇକା ଏବଂ ସମ୍ମାନିୟ ଅଥିତି ବିଶିଷ୍ଟ ସମାଜସେବକ ଶ୍ରୀଯୁକ୍ତ ସଦାଶିବ୍ ରାଜଗୁରୁ । ଟି ସାଙ୍ଗନା, ମଧୁସୁଦନ ପାଣିଗ୍ରାହୀ ଉପସ୍ଥିତ ଥିଲେ । ରାୟଗଡ଼ା ଆପ୍ ମହିଳା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ରେ ମହିଳା ମୋର୍ଚ୍ଚାର ଜିଲ୍ଲା ସଂଯୋଜିକା ଶ୍ରୀମତି ସୁଚିତ୍ରା ପାଇକ ଙ୍କ ଅଧକ୍ଷତାରେ ଆୟୋଜିତ କରାଯାଇଥିଲା ।

କାର୍ଯ୍ୟକ୍ରମ ରେ ଜିଲ୍ଲାର ତିନୋଟିଯାକ ବିଧାନସଭା ରୁ ବିଭିନ୍ନ ବ୍ଲକରୁ ମହିଳା ମାନେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ସ୍ୱାଇଁ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ପାଣୀ ଓ ରୋଜଗାର କିଭଳି ସାଧାରଣ ଜନତାଙ୍କ ନିକଟରେ ଆଦୃତ ଲାଭ କରି ଆପ୍ ସରକାର ଦିଲ୍ଲୀରେ ତିନି ତିନି ଥର ସରକାର ଗଠନ କରିପାରିଛି । ବର୍ତ୍ତମାନ ପଞ୍ଜାବ ରେ ଆପ୍ ସରକାର ତାର ଝାଡୁ ଚଲାଇସରକାର ଗଠନ କରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ ରେ ଆପ୍ ତାର କାମ ର ରାଜନିତୀ କରି ସାଧାରଣ ଜନତାଙ୍କ ପ୍ରିୟ ଭାଜନ ହୋଇପାରିଛି ।WhatsApp Image 2022 11 13 at 12.59.49 ରାୟଗଡ଼ା ଆପ୍ ମହିଳା ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବର୍ତ୍ତମାନ ଗୁଜୁରାଟ ରେ ଦେଖିବାକୁ ମିଳୁଛି ଆପ୍ ର କମାଲ । ସରକାର କରିବାକୁ ମଧ୍ୟ ଅଣ୍ଟା ଭିଡିଛି ଏବଂ ଆସିଥିବା ମହିଳା କର୍ମୀ ମାନଙ୍କୁ ଉପଦେଶ ଦେଇ କହିଥିଲେ ସଙ୍ଗଠନ ମଜବୁତ୍ କରିବା ପାଇଁ ପ୍ରତ୍ୟେକ ବ୍ଲକ ଏବଂ ଗାଁ, ଯାଇ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବାକୁ ପଡିବ । ଶେଷରେ ଶ୍ରୀମତି ସୁଚିତ୍ରା ପାଇକ ପ୍ରତି ଓ୍ବାର୍ଡ ରେ ମହିଳା ମାନଙ୍କୁ ବୁଝାଇ ସଙ୍ଗଠନ କିପରି ମଜଭୁତ ହେବ ବା ବୈଠକ କାର୍ଯ୍ୟକ୍ରମ କରାଯିବ ନେଇ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିତେନ୍ଦ୍ର ସେନାପତି, ସନ୍ତୋଷ ପାଇକ, କରୁଣାକାନ୍ତ ପାଇକ, ହେମନ୍ତ ଖୋସଲା, ସନ୍ତୋଷ କୁମାର କିର୍ତ୍ତୀ, ହେମନ୍ତ ଖରା, ଏମ୍ ଜଗଦିସ୍ କୁମଦିନ୍ ରଏ, ବିଷ୍ଣୁପ୍ରିୟା ଝଡିଆ, ମଧୁସ୍ମିତା ପାଇକ ଭାନୁ ବେନିଆ, ହେମନ୍ତି ଖରା, ଅନିତା ପାତ୍ର, ରଜନି ନାୟକ, ମିଲି ନାୟକ, ସୁବାଶିନି ନାୟକ, ଉମାରାଣୀ ବେହେରା, ଅଞ୍ଜଳି କଣ୍ଡାଗିରି ଏବଂ ଅନ୍ୟ ସାଥିମାନେ ଯୋଗ ଦେଇଥିଲେ ।

Popular Articles