ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟନାୟକଙ୍କ ଜନ୍ମଦିନରେ ବାଲିଗୁଡା ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୬/୧୦): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟନାୟକଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ବାଲିଗୁଡା ବିଜେଡି ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର ରକ୍ତ ଦାନ କରିଥିଲେ |

ଏଥିରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ବାଲିଗୁଡା ଏନଏସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, କ ନୂଆଗାଁ ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା, କୋଟଗଡ ସାସଂଦ ପ୍ରତିନିଧି ମନୋଜ ସାବତ, ଯୁବ ସଭାପତି ସୁଜିତ କୁମାର ପାଳ, ଅବନୀ କୁମାର ନାୟକ, ରଞ୍ଜନ କୁମାର ନାୟକ, ସମେତ ଆଦିବାସୀ ମହାବିଦ୍ୟାଳୟ, ସିଟି ସ୍କୁଲର ଛାତ୍ର ଛାତ୍ରୀ, ବିଜେଡି କର୍ମୀ, ସ୍ବେଛାସେବୀ ଏହି ରକ୍ତଦାନ ଶିବିରରେ ସ୍ଵେଛାକୃତ ରକ୍ତଦାନ କରିଥିଲେ | ଉପଖଣ୍ଡ ଡାକ୍ତରଖାନା ଡାକ୍ତର ବିଜୟ କୁମାର ସୁର ସମେତ ଷ୍ଟାଫ, ବ୍ଲଡ଼ ବ୍ୟାଙ୍କ କର୍ମଚାରୀ, ସାମ୍ବାଦିକ ପ୍ରକାଶ ନାୟକ ସହଯୋଗ କରିଥିଲେ |

Comments are closed.