ନାଗ ସାପ ଦାନ୍ତ ନେଲ କେଟର ସାହାଯ୍ୟ ରେ ଉପାଡ଼ି ଜଣେ ଯୁବକ ଗିରଫ

0
95
ନାଗ ସାପ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୩/୧୧) : ଜନବସତି କୁ ନାଗ ସାପ ପଶିଆସିବା ଯୋଗୁଁ ଉକ୍ତ ସାପ କୁ ଉଦ୍ଧାର କରି ତାକୁ ଜଙ୍ଗଲ ରେ ଛାଡ଼ିବା ବଦଳରେ ତାର ବିଶ ଦାନ୍ତ ଉପାଡ଼ି ଦିଆଯିବା ଘଟଣାରେ ଜଣେ ଯୁବକ ଗିରଫ ହୋଇଛନ୍ତି ।

ସୂଚନାନୂଜାୟୀ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ନିକଟସ୍ଥ ବିଲେଇସର୍ଡା ଗ୍ରାମ ରେ ଗତ ଶନିବାର ଏକ ବିଷଧର ନାଗ ସାପ ଜନବସତି ଆଡ଼କୁ ଚାଲି ଆସିଥିଲା । ବିଲେଇସର୍ଡା ଗ୍ରାମ ର ବିର ବିଶ୍ଵାଳ ନାମକ ଜଣେ ଯୁବକ ଉକ୍ତ ନାଗ ସାପକୁ ଉଦ୍ଧାର କରି ଧରି ତାକୁ ଅନ୍ୟତ୍ର ନେଇ ଜଙ୍ଗଲ ରେ ଛାଡ଼ିବା ବଦଳରେ ନିଜେ ଏକ ନେଲ କେଟର ସାହାଯ୍ୟ ରେ ତାର ବିଶ ଦାନ୍ତ ଉପାଡି ଦେଇଥିଲେ ଓ ଉକ୍ତ ଦୃଶ୍ୟ କୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

ଏହି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ର ପରିସର କୁ ଆସିଥିଲା । ଏ ନେଇ ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା ଏହାର ବିରୋଧ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ଏ ନେଇ ବନ ବିଭାଗର କର୍ମକର୍ତ୍ତା ବିର ବିଶ୍ଵାଳ ଙ୍କୁ ଗିରଫ କରିଛି, ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।