ବେଆଇନ ଦାଦନ ଶ୍ରମିକ ଚାଲାଣ : ଆଠ ଜଣ ଶ୍ରମିକ ଅଟକ

0
100
ବେଆଇନ ଦାଦନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୩/୧୧) : ବିନା ଅନୁମତିରେ ଓ ସରକାରୀ କାଗପତ୍ର ବିନା ନିୟମିତ ବେଆଇନ ଦାଦନ ଶ୍ରମିକ ଚାଲାଣ ସମସ୍ୟା ବୃଦ୍ଧି ପାଉଛି ।WhatsApp Image 2022 11 13 at 10.36.48 1 ବେଆଇନ ଦାଦନ ଶ୍ରମିକ ଚାଲାଣ : ଆଠ ଜଣ ଶ୍ରମିକ ଅଟକ

ସେହିପରି ଲାଠୋର ପୁଲିସ ଲାଠୋର ବସ୍‌ଷ୍ଟାଣ୍ଡ ନିକଟରୁ କେତେକ ଦାଦନ ଶ୍ରମିକ ଙ୍କୁ ବେଆଇନ୍ ଦାଦନ ଶ୍ରମିକ ଚାଲାଣ କରୁଥିବା ବେଳେ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ସହିତ ସର୍ଦ୍ଦାର ନବୀନ ମାଝୀ ନାମକ ଜଣେ ଦାଦନ ସର୍ଦ୍ଦାର ଙ୍କୁ ଅଟକ ରଖି ତଦନ୍ତ କରିଥିଲେ । ବେଆଇନ ଦାଦନ ଶ୍ରମିକ ଚାଲାଣ ସଂପର୍କିତ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଦାଦନ ଶ୍ରମିକ ନିର୍ଯାତନା ସହି ନପାରି ତେଲେଙ୍ଗାନା ରୁ ଫେରିଆସି ଟିଟିଲାଗଡ ରୁ ଉଦ୍ଧାର । ଉଦ୍ଧାର ଶ୍ରମିକ ମାନଙ୍କୁ ସେମାନଙ୍କ ଗ୍ରାମକୁ ନେଇ ସମ୍ପର୍କୀୟ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଥାନା ଅଧିକାରୀ ଝସକେତନ ଭୋଇ ସୂଚନା ଦେଇଛନ୍ତି । ସେହିପରି ବେଲପଡା ଅଞ୍ଚଳ ର ଆଠ ଜଣ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନା ଯାଇ ସେଠି ଇଟା ଭାଟି ରେ କାମ କରୁଥିବା ବେଳେ ତାଙ୍କୁ ଆଗତୁରା ଟଙ୍କା ଆଗୁଆ ଦାଦନ ସର୍ଦ୍ଦାର ପ୍ରଦାନ କରିଥିଲେ ।

ହେଲେ ସେଠି ସର୍ଦ୍ଦାର ଅକଥନୀୟ ନିର୍ଯାତନା ଅଭିଯୋଗ କରି ଆଗୁଆ ପ୍ରଦାନ ଟଙ୍କା ଫେରାଇ ଦେଇ ସେଠୁ ନିଜ ବେଲପଡା ଫେରିବା ବେଳେ ତାଙ୍କୁ ବେଲପଡା ଅଞ୍ଚଳ ର ଜଣେ ଦାଦନ ସର୍ଦ୍ଦାର ତାଙ୍କୁ ପୁନହଃ ତେଲେଙ୍ଗାନା ନେଇ ଯିବାକୁ ବାଧ୍ୟ କରି ଟିଟିଲାଗଡ ରେଳ ଷ୍ଟେସନ ର ତିନି ନମ୍ବର ପ୍ଲାଟ ଫର୍ମ ରେ ଅଟକ ରଖି ଥିବା ଅଭିଯୋଗ କରିଥିଲେ । ଏ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହା ସହ ବେଲପଡ଼ା ଅଞ୍ଚଳ ର ଜଣେ ଦାଦନ ସର୍ଦ୍ଦାର ଙ୍କୁ ତଦନ୍ତ କରୁଥିବା ଜଣାପଡ଼ିଛି ।