କୋଦଳା ମେଡିକାଲରେ ନିସ୍ଵାର୍ଥପର ସେବା, ଜନତାଙ୍କ ପ୍ରଂଶସାରେ ୨ଡାକ୍ତର

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୧୬/୧୦): ଦିନକୁ ଦିନ ବିଭିନ୍ନ ସ୍ଥାନରେ ଅଫିସର ମାନେ ଦୁର୍ନୀତି କରୁଥିବା ଏବଂ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରାହେଉ ଥିବାର ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି |ଯାହା ଫଳରେ ରାଜ୍ୟ ସରକାର ‘ମୋ ସରକାର’ ଯୋଜନା କରିଛନ୍ତି ଯାହାକି “୫ଟି” ଏବଂ ଏବଂ ତାହାର କିଛି ଜ୍ୱଳନ୍ତ ଉଦାହରଣ ମଧ୍ୟ ଜନତା ଦେଖି ସାରିଛନ୍ତି |

ଡ଼. ଚିନ୍ମୟ ମିଶ୍ର

ହେଲେ ଏମିତି ୨ଜଣ ନିଃସ୍ବାର୍ଥପର ଡାକ୍ତର ଅଛନ୍ତି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାସ୍ତବିକ ନ ଦେଖିଲେ ବିଶ୍ୱାସ କରି ହେବନି | ସେହି ଡାକ୍ତର ୨ଜଣ ହେଲେ ଡ଼ଃ ଚିନ୍ମୟ ମିଶ୍ର ଓ ଡ଼ଃ ଅଜିତ କୁମାର ଶୀଶା | ୨୦୧୦-୧୧ ମସିହାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ (କଟକ)ରେ ଅଧ୍ୟୟନ କରି ପ୍ରଥମେ ବୌଦ୍ଧରେ ଏକ ବର୍ଷ ଚାରି ମାସ କାର୍ଯ୍ୟ କରିବା ପରେ ମାର୍ଚ୍ଚ ୧୨ତାରିଖରେ କୋଦଳା ମେଡିକାଲରେ କାର୍ଯ୍ୟଭାର ତୁଲାଇଥିଲେ | ଏବଂ ଡାକ୍ତର ଅଜିତ କୁମାର ଶୀଶା ମାର୍ଚ୍ଚ ୧୮ ତାରିଖରେ କୋଦଳା ମେଡିକାଲରେ କାର୍ଯ୍ୟ କରିଥିବା ବେଳେ ସେ ୨୦୧୧-୧୨ ମସିହାରେ କଳିଙ୍ଗ ହସ୍ପିଟାଲ (ଭୁବନେଶ୍ୱର)ରେ ଅଧ୍ୟୟନ କଲା ପରେ ପ୍ରଥମେ କୋରାପୁଟ ଜିଲ୍ଲା ଦସମନ୍ତପୁରରେ ଆଠ ମାସ କାର୍ଯ୍ୟ କରିବା ପରେ ବର୍ତମାନ କୋଦଳା ମେଡିକାଲରେ କାର୍ଯ୍ୟ କରୁଛନ୍ତି | ଏହି ୨ଜଣ ଡାକ୍ତର ଏମବିବିଏସ ହୋଇଥିଲେ ମଧ୍ୟ କୋଦଳା ମେଡିକାଲ ପାଇଁ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ଉତ୍ତମ ସେବା ଯୋଗାଉଥିବା ରୋଗୀମାନେ କହିଛନ୍ତି |

ଡ଼. ଅଜିତ କୁମାର ଶୀଶା

ପ୍ରକାଶ ଥାଉକି, ଦୀର୍ଘ ଦିନ ହେବ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ରହୁ ନ ଥିବା ଓ ରୋଗୀମାନେ ସଠିକ ସେବାରୁ ବଞ୍ଚିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି | ଏହି ୨ଜଣ ଡାକ୍ତର ଏଠାରେ ନିଯୁକ୍ତି କଲା ପରଠାରୁ ଅଞ୍ଚଳରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସଦାସର୍ବଦା ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି | ଗତ ଶନିବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡ଼ଃ ମନୋଜ କୁମାର ପଣ୍ଡା, ଡାଟା ଅପରେଟର ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଅଚାନକ କୋଦଳା ମେଡିକାଲକୁ ଗସ୍ତ କରିବା ବେଳେ ରୋଗୀମାନଙ୍କୁ ବିଭିନ୍ନ ସେବା, ସମସ୍ୟା ମୂଳକ ବିଷୟରେ ପଚାରି ବୁଝିଥିଲେ | ଡାକ୍ତରମାନେ କିପରି ଉତ୍ତମ ବ୍ୟବହାର କରୁଛନ୍ତି ସେ ନେଇ ମଧ୍ୟ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ | ନିରାମୟ, ଟିବି ବିଭାଗ, ମ୍ୟାଲେରିଆ ଅସ୍ତ୍ରୋପଚାର ଗୃହ, ଆଉଟ ଡୋର ଇନ ଡୋର ଇତ୍ୟାଦି ଶ୍ରୀ ପାଣିଗ୍ରାହୀ ପରିଦର୍ଶନ କରିଥିଲେ | ତେବେ ମେଡିକାଲ ପରିବେଶ ଅତ୍ୟନ୍ତ ସୁନ୍ଦର ଥିବା କର୍ମଚାରୀମାନଙ୍କ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ଖୁବ ପ୍ରଂଶସା କରିଥିବା କହିଥିଲେ | ହେଲେ ଏଠାରେ କିଛି ସ୍ୱାର୍ଥପର ଲୋକ ଏହି ଡାକ୍ତରଙ୍କ ଠାରୁ କିଛି ସ୍ୱାର୍ଥ ଆଶା କରୁଥିବା ବେଳେ ସ୍ୱାର୍ଥ ପୂରଣ ନ ହେବାରୁ ତାଙ୍କରି ନାମରେ ମିଥ୍ୟା ଅପପ୍ରଚାର କରୁଥିବା ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି | ଏ ନେଇ ଆମ ପ୍ରତିନିଧି ଡାକ୍ତରଙ୍କ ସହିତ ସାକ୍ଷାତ କରି ପଚାରି ବୁଝିଥିଲେ | ୨ଜଣ ଡାକ୍ତର କହିଥିଲେ ଯେ, ଆମ୍ଭେମାନେ କନ୍ଧମାଳ ବା ଆଦିବାସୀ ଅଞ୍ଚଳରୁ ଆସିଛୁ ଲୋକମାନଙ୍କ ଅସୁବିଧା କଣ ଆମେ ବହୁତ ଭଲ ଭାବରେ ବୁଝିଛୁ ତେଣୁ ଯେତେଦିନ ପର୍ଯ୍ୟନ୍ତ ଚାକିରୀ କରିଛୁ ସେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ନିସ୍ଵାର୍ଥପର ଭାବେ ସେବା କରି ଚାଲିବୁ | ସ୍ଥାନୀୟ ଲୋକ ଏବଂ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ରୋଗୀ ଓ ସଂପର୍କୀୟ ମାନେ ଏହି ଦୁଇ ଡାକ୍ତରଙ୍କୁ ନେଇ ଭୁରି ଭୁରି ପ୍ରଂଶସା କରୁଥିବା ଶୁଣିବାକୁ ମିଳୁଛି ।

Comments are closed.