୧୦ ଲକ୍ଷ ହଡପ ଦୁଇ କର୍ମ ଚାରୀଙ୍କୁ ବଦଳି : ଭିଜିଲାନ୍ସ ର ଘନ ଘନ ଚଢାଉ 

0
175
୧୦ ଲକ୍ଷ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୨/୧୧) : ଲମତାପୁଟ ବ୍ଲକ ଟିକରପଡା ପଞ୍ଚାୟତ ଅର୍ଣା ଗ୍ରାମରେ ଦୁଇଟି ବୀନା କାର୍ଯ୍ୟରେ ୧୦ ଲକ୍ଷ ହଡପ ଘଟଣା ପରେ ଜୟପୁର ଭିଜିଲାନ୍ସ ଘନ ଘନ ତଦନ୍ତ ଆରମ୍ଭ କରି ଥିବାବେଳେ ଦୁଇ କର୍ମ ଚାରୀଙ୍କୁ ବଦଳି କରିଛନ୍ତି ଜିଲ୍ଲାପାଳ ।WhatsApp Image 2022 11 13 at 11.03.10 1 ୧୦ ଲକ୍ଷ ହଡପ ଦୁଇ କର୍ମ ଚାରୀଙ୍କୁ ବଦଳି : ଭିଜିଲାନ୍ସ ର ଘନ ଘନ ଚଢାଉ 

JE ମନୋଜ କୁମାର ସାହୁ ଏବଂ ACP ରମେଶ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ କୋରାପୁଟ ଜିଲ୍ଲା ପରିଷଦ କୁ ବଦଳି କରାଯାଇଛି । ଲମତାପୁଟ ବ୍ଲକ ଟିକର ପଞ୍ଚାୟତ ଅର୍ଣା ଗ୍ରାମରେ ମନେରେଗା ରେ ଦୁଇଟି କଲଭେଟ ବୀନା କାର୍ଯ୍ୟରେ ୧୦ ଲକ୍ଷ ପ୍ରଶାସନିକ ଅଧିକାରୀ ମାନେ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ରେ ବାର ବାର ଭିଜିଲାନ୍ସ ଆସୁଥିବା ନେଇ ବହୁ ଚର୍ଚ୍ଚା ଜୋର ଧରିଛି । ଅର୍ଣା ଗ୍ରାମ କୁ ବିଜଲାନ୍ସ ଟେକନିକାଲ ଟିମ ଯାଇ ତଦନ୍ତ କରି ଫେରିଛନ୍ତି ।

ତଦନ୍ତ ସମୟରେ ଟିକର ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧକ୍ଷ, ଜିଲ୍ଲା ପରିଷଦ, JE ମୋନୋଜ କୁମାର ସାହୁ , PEO ଭଗବାନ ଖିଲ ଏବଂ GRS ସୁଜିତ ଲନ୍ତାଗୁଡା ଉପସ୍ଥିତ ରହି ଥିଲେ । ଆଜି ଭିଜିଲାନ୍ସ ଗ୍ରାମ ରେ ପହଞ୍ଚିବା ବେଳେ କଲଭେଟ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଗ୍ରାମ ର ଲୋକମାନେ ମିଳିତ ଭାବରେ କୋଲଭେଟ ନିର୍ମାଣ ସକାଶେ ମାଟି ଖୋଳୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭିଜିଲାନ୍ସ ର ଟେକନିକାଲ ଟିମ ମାଟି ଖୋଳା ହେଉଥିବା ଜାଗାକୁ ମାପ ଯୂପ କରି କିଛି ତଥ୍ୟ ସଂଗ୍ରହ କରି ଫେରିଥିଲେ ବ୍ଲକ କାର୍ଯ୍ୟ।ଳୟକୁ ।

ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲ କହିଛନ୍ତି ଉଭୟ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଭିଜିଲାନ୍ସ ତଦନ୍ତ କରି ଫେରିଛନ୍ତି ଏବଂ ଯେଉଁ ସରକାରୀ ବାବୁ ମାନେ ଏହି ଘୋଟାଲାରେ ସାମିଲ ଅଛନ୍ତି ସେମାନଙ୍କୁ କଡା କାର୍ଯ୍ୟନୁଷ୍ଠାନ ହେବା ଜରୁରୀ କାରଣ ବ୍ଲକ ରେ ଏହି ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି କହିଛନ୍ତି । ଲମତାପୁଟ ବିଡିଓ ଏବଂ ଭିଜିଲାନ୍ସ ବିଭାଗ ର ତଦନ୍ତ ଜାରି ରହିଥିବା କହିବା ସହ ସମ୍ପୃକ୍ତ ଥିବା କର୍ମଚାରୀ ଙ୍କ ବିରୁଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ପଦକ୍ଷପ ନିଆ ଯାଇଥିବା କହିଛନ୍ତି ।