ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ପକ୍ଷରୁ ମହାଆଡମ୍ବରରେ ପୂଜାର୍ଚନା କଲେ ମା ଗଜଲକ୍ଷ୍ମୀଙ୍କୁ

ରିପୋର୍ଟ: ଜଗଦୀଶ ଦାସ
ଫୁଲବାଣୀ(୧୫/୧୦): ଆଜି ଫୁଲବାଣୀ ମୁନ୍ସୀପାଲଟିର ୧୦ନମ୍ବର ୱାର୍ଡ କୁଂମ୍ଭାରପଡା ଲଲବାହାଦୂର ଶାସ୍ତ୍ରୀ କ୍ଲବ ମହା ଆଡମ୍ବରରେ ପୂଜାର୍ଚ୍ଚନା କଲେ ମା ଗଜଲଷ୍ମୀ ଙ୍କୁ । ମା ଗଜଲଷ୍ମୀଙ୍କୁ ପୂଜା ପରେ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ୧୩ତାରିଖରୁ ଆରମ୍ଭ କରି ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାର୍ଥ ବିଶ୍ଵାଳ, ସମ୍ନାନିତ ଅତିଥିଭାବେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ,ଯୋଗଦେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଧନୁଯାତ୍ରୀର ମୁଖ୍ୟମନ୍ତ୍ରୀ ରାବଣ ଶ୍ରୀ ସଂଗ୍ରାମ ଦେହୁରୀଙ୍କୁ ଦେଖିବା ପାଇଁ ଅତି ଉତ୍କଣ୍ଠାର ସହିତ କାର୍ଯ୍ୟକ୍ରମଟିକୁ ଉପଭୋଗ କରୁଥିଲେ । କଳା, ସଂସ୍କୃତି, ଐତିହ ବଞ୍ଚାଇ ରଖିବାକୁ ଉପଦେଶ ଦେବା ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାରେ ଏହି ଲାଲବାହାଦୁର ଶାସ୍ତ୍ରୀ କ୍ଲବ ଏକ ଆଦର୍ଶ କ୍ଲବ ଭାବେ କାର୍ଯ୍ୟ କରି କନ୍ଧମାଳ ଏବଂ ଓଡ଼ିଶା ବାସୀଙ୍କୁ ଅନୁପ୍ରାଣୀତ କରୁ ବୋଲି ଉଦବୋଧନ ଦେଇଥିଲେ । କ୍ଲବର ସଭାପତି ମାନସ କୁମାର ବେହେରା, ସମ୍ପାଦକ ସୁଜିତ କୁମାର ବେହେରା, ଉପଦେଷ୍ଟା ଶ୍ରୀବଛ ବେହେରା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇଥିଲେ ।

Comments are closed.