Advertisements
Thursday, July 16, 2020
Home Cultural & Festival ପ୍ରଶାସନର ୨୦୧୯"ପରବ"ପ୍ରସ୍ତୁତି ବୈଠକ

ପ୍ରଶାସନର ୨୦୧୯”ପରବ”ପ୍ରସ୍ତୁତି ବୈଠକ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୪/୧୦/୧୯): ଲମତାପୁଟ ବ୍ଲକ ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ସାଂସ୍କୃତିକ ପରବ ୨୦୧୯ ପାଇଁ ଏକ ବୈଠକ ଆୟୋଜନ କରାଯାଇଛି ଓ ଏହି ପରବ ଜରିଆରେ ପର୍ଯ୍ୟଟନସ୍ଥଳୀ ଡୁଡୁମାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯଇଛି । ପ୍ରଥମ ଥର ପାଇଁ ଏଠାରୁ ଶୁଭାରମ୍ଭ କରାଯାଉଥିବାରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯିବାପାଇଁ ଆଲୋଚନା କରାଯାଇଛି ।

ଉଭୟ ପକ୍ଷ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏହା କିପରି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଛି । ସୂଚନା ଅନୁସାରେ ଚଳିତ ବର୍ଷ ପରବ ମଶାଲ ଜଳପ୍ରପାତର ପାତାଳେଶ୍ୱରରୁ ଅଣାଯିବ। ସୁରକ୍ଷା ପାଇଁ ଜଳପ୍ରପାତରେ ବ୍ୟାରିକେ଼ଟ ନିର୍ମାଣ କରାଯିବ। କାର୍ଯ୍ୟକ୍ରମରେ ପାଖାପାଖି ୧୦ ହଜାର ଲୋକ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କ ଆଗମନର ସମ୍ଭାବନା ଥିବାରୁ ବାରଙ୍ଗବାଡି ଖେଳ ପଡିଆରେ ଶୁଭାରମ୍ଭ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ବୈଠକରେ କୋରାପୁଟ ବିଧାୟକ ରଘୁରାମ ପାଡାଲ ଙ୍କ ସମେତ ବ୍ଲକ ପ୍ରଶାସନ ଉପସ୍ଥିତି ଥିଲେ । ପରେ ସମସ୍ତେ ଜଳପ୍ରପାତ ସ୍ଥାନ ଓ ଖେଳ ପଡିଆର ପରିଦର୍ଶନରେ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶରତ ଚନ୍ଦ୍ର ମାଝି, ତହସିଲଦାର ସ୍ନେହାପ୍ରଭା ମାଝି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହାନ୍ତାଳ, ବ୍ଲକ ଉପାଧ୍ୟକ୍ଷ ଘାସି ମାଂଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତୁଳସୀ କ୍ରିଶାନି, ପଟାଙ୍ଗିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଓ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଜିଆରସ ପ୍ରମୁଖ ଉପସ୍ଥିତ ଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: