ବନବାସୀ ସେବା ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଏବଂ ବିଶ୍ୱନାଥ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

0
172
ବନବାସୀ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୧/୧୧) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀ ବାଦୀ ନେତା ତଥା ବନବାସୀ ସେବା ସମିତି ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଛି ।WhatsApp Image 2022 11 11 at 20.20.39 ବନବାସୀ ସେବା ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଏବଂ ବିଶ୍ୱନାଥ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଅବସ୍ଥିତ ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ ଏବଂ ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ ଦୁଇଦିନ ପାଳନ କରାଯାଇଛି । ଅନୁଷ୍ଠାନ ପରିସରରେ ଥିବା ମହାନବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ରେ ପୁଷମାଲ୍ୟ ଅର୍ପଣ ପରେ ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଟାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ସମାଧିରେ ମଧ୍ୟ ପୁଷ୍ଫମାଲ୍ୟ ଦେଇ ସ୍ମତିବାରଣ କରାଯାଇଥିଲା । ଅନୁଷ୍ଟାନ ସଭାପତି ଲାଲନନ୍ଦା ପ୍ରଧାନଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାର ପ୍ରଥମ ଅଧିବେଶନରେ ମୂଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇଥିଲେ ।

ପ୍ରତିଷ୍ଟାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ ଜଣେ କନ୍ଧମାଳ ଓ କୋରାପୁଟିୟା ଗାନ୍ଧୀ ଥିଲେ । ଗାନ୍ଧୀର ଅବତାର ବୋଲି ମଧ୍ୟ୍ ନିଜ ବକ୍ତବ୍ୟ ରେ କହିଥିଲେ । କନ୍ଧମାଳ ଜିଲ୍ଲା ରେ ଗରିବ ଅବହେଳିତ ଲୋକଙ୍କୁ ଶିକ୍ଷା ର ଆଲୋକ ଦେଖାଇବା ସହିତ ସ୍ୱାବଲମୀ ପାଇଁ ଚେଷ୍ଟିତ ଥିଲେ । ସନ୍ନମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବିଧାୟକ ଚକ୍ରମଣୀ କହଁର, ଏନ.ଏ.ସି. ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,, ପଞ୍ଚାୟତ ସମିତିର ଅଧ୍ୟକ୍ଷ ମିଶାବତୀ ମଲିକ, ଅନୁଷ୍ଠାନ ର ସମ୍ପାଦକ ଉଛବ ଜେନା, ପ୍ରାକ୍ତନ ଛାତ୍ର ସଭାପତି ତପନ କୁମାର ଦିଗାଳ ପ୍ରମୁଖ ଉପସ୍ଥିତ ରହି ବନବାସୀ ସେବା ସମିତି ଓ ବିଶ୍ୱ ନାଥ ପଟନାୟକ ଙ୍କ ସ୍ମୃତି ଚାରଣ କରି ଥିଲେ ।WhatsApp Image 2022 11 11 at 20.20.39 1 ବନବାସୀ ସେବା ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଏବଂ ବିଶ୍ୱନାଥ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

ସହସମ୍ଫାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ଓ ବିବରଣୀ ପଠନ କରିଥିଲେ । ଏହି ଅବସରରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଟିକୁ ଉପସ୍ଥାପନ କରିଥିଲ । ଅନୁଷ୍ଠାନ ର ଖଗେନ୍ଦ୍ର ନାୟକ । ପ୍ରାକ୍ତନ ଛାତ୍ରୀ ପିଙ୍କି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ ବିଡିଓ ଶଶାଙ୍କ ପାତ୍ର, ସିଡିପିଓ ଅନିତା ଦାସ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ଓ ସ୍ୱର୍ଗତ ଆଜ୍ଞାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ଦିନ ରେ ମୁଖ୍ୟ ଅତିଥି ଭାବେ ସଭାପତି ଆଦିମ ଜନଜାତି ସେବକ ସଂଘ ନୂଆଦିଲ୍ଲୀ ନୟନଚାନ୍ଦ ହେମ୍ରମ ମୁଖ୍ୟବକ୍ତା ଆଦିବାସୀ ମହାବିଦ୍ୟାଳୟ ପ୍ରାଧ୍ୟ୍ୟପକ ଡ଼ ବିଭୁତି ଭୂଷଣ ଆଚାର୍ଯ୍ୟ, ଅନ୍ୟ ତମ ଅତିଥି ରୂପେ ବାଲିଗୁଡା ଏସଡିପିଓ ଜି ଆର ରାଘଭେନ୍ଦ୍ର, ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ଜି.ମୋହନ କୁମାର, ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଯୋଗ ଦେଇ ବନବାସୀ ସେବା ସମିତି ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ଜୀବନୀ ସମ୍ପର୍କ ରେ ଆଲୋକପାତ କରି ଥିଲେ । ଅନୁଷ୍ଠାନ ପକ୍ଷରୁ ସମାଜ କ୍ଷେତ୍ର ରେ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।