ରାୟଗଡ଼ା ଠାରେ ସଞ୍ଚୟ ପାକ୍ଷିକ ଦିବସ ପାଳନ

0
131
ରାୟଗଡ଼ା ଠାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୦/୧୧) : ସ୍ଥାନୀୟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗତ ୧୦/୧୧/୨୨ ରିଖ ଦିନ ରାୟଗଡ଼ା ଠାରେ ସଞ୍ଚୟ ପାକ୍ଷିକ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2022 11 11 at 19.49.31 ରାୟଗଡ଼ା ଠାରେ ସଞ୍ଚୟ ପାକ୍ଷିକ ଦିବସ ପାଳନ

ରାୟଗଡ଼ା ଠାରେ ସଞ୍ଚୟ ପାକ୍ଷିକ ଦିବସ ପାଳନ । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଧର୍ମାନନ୍ଦ ବେହେରା, ବ.ପ୍ର.ପା (ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା ମାଁ ମଝିଘରିଆଣିଙ୍କୁ ସୁମରଣା କରି ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ ଅଧ୍ୟାପକ ଶ୍ରୀ ରଘୁନାଥ ଭୂଏ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମହଦୋୟ ଶ୍ରୀଯୁକ୍ତ ବେହେରା ସାର ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଆଜିର ଛାତ୍ରଛାତ୍ରୀ ଆଗାମୀ କାଲିର ଭବିଷ୍ୟତ ନାଗରିକ । ସେମାନେ ଛାତ୍ର ଜୀବନରୁ ହିଁ ମିତବ୍ୟୟୀତା ଅବଲମ୍ୱନ କରି ଆଗାମୀ ଭବିଷ୍ୟତ ବଂଶଧରକୁ ଠିକ୍‍ ମାର୍ଗରେ ନେଇପାରିବେ ବୋଲି ନିଜର ଦୃଢ ମତବ୍ୟକ୍ତ କରିଥିଲେ ।

ସେ ଆହୁରି କହିଥିଲେ ଯେ, ଠକ୍‍ ଚିଟ୍‍ ଫଣ୍ଡ ସଂସ୍ଥା ମାନଙ୍କର ପ୍ରଲୋଭନରେ ପଢି ନିଜର କଷ୍ଟଲµ ଆୟକୁ କେବଳ ଆର୍‍.ବି.ଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ୱା ପୋଷ୍ଟ ଅଫିସ୍‍ରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମହୋଦୟା ଡଃ. ଅର୍ଚ୍ଚନା ପଟ୍ଟନାୟକ ଏହି ସଭାରେ ଅଧ୍ୟକ୍ଷତା କରି କିପରି ପୁରାଣ ଓ ପ୍ରାକ୍‍ ଐତିହାସିକ ସମୟରୁ ସଞ୍ଚୟ ମନବୃତ୍ତିର ଜାଗରଣ ହୋଇଥିଲା ତାହା ବିସ୍ତୁତ ଚିତ୍ରପଟ ପ୍ରଦାନ କରିଥିଲେ ।

ଅର୍ଥନୈତି ଅଧ୍ୟାପକ, ଶ୍ରୀ ଦେବେଶ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଞ୍ଚୟର ଆବଶ୍ୟକତା, ସଞ୍ଚୟ ଓ ବିନିଯୋଗ ଉପରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଶ୍ରୀ ଧ୍ରୁବ କୁମାର ନାୟକ ପୋଷ୍ଟ ଅଫିସ୍‍ ସଞ୍ଚୟ ଯୋଜନା ଉପରେ ରେଖାପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଡାକ ଡିଭିଜନ୍‍ର ଡାକ ନିରକ୍ଷକ ଶ୍ରୀ ଏଲ୍‍. କେ. ଚାନ୍ଦ କେନ୍ଦ୍ର ସରକାରଙ୍କ ପ୍ରଚଳିତ ବିଭିନ୍ନ ସାମାଜିକ ସୁରକ୍ଷା ବୀମା ଯୋଜନା ଉପରେ ଆଲୋଚନା କରିଥିଲେ ।

ଶ୍ରୀ ବିଠଲ ନିନ୍ଦୋପ୍ତଳ ଷଡଙ୍ଗୀ, ଉପଖଠ ସ୍ୱଳ୍ପ ସଞ୍ଚୟ ଅଧିକାରୀ (ସାଇବର କ୍ରାଇମ୍‍) ଓ ଚିଠ୍‍ଫଣ୍ଡ କମ୍ପାନୀ କିପରି ଘଟୁଛି ତାହାର ଉଦାହରଣ ନେଇ ବୁଝାଇଥିଲେ । ମୂଖ୍ୟ ଅତିଥି ମହଦୋୟ ଶ୍ରୀ ବେହେରା ସାର ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ହାଇସ୍କୁଲ ଏବଂ ମହାବିଦ୍ୟାଳୟ ସ୍ତରର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ସଭାରେ ୨୦୦ ଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଅଧ୍ୟାପକ ଓ ଅଧ୍ୟାପିକା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।